ଅକ୍ଟୋବର ୮ରୁ ପାରାଦୀପକୁ ଚାଲିବ ମେମୁ ଟ୍ରେନ୍‌

0

ଭୁବନେଶ୍ୱର,୦୫/୧୦ : ପାରାଦୀପର ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ଅକ୍ଟୋବର ୮ରୁ ପାରାଦୀପକୁ ମେମୁ (ମେନ୍‌ଲାଇନ୍‌ ଇଂଜିନ୍‌ ମଲ୍ଟିପୁଲ ୟୁନିଟ୍‌) ଟ୍ରେନ୍‌ ଚାଲିବ। ବ୍ରହ୍ମପୁର-କଟକ ମେମୁ ଟ୍ରେନ୍‌ ପାରାଦୀପ ଯାଏ ସଂପ୍ରସାରିତ ହେବା ଫଳରେ ପାରାଦୀପବାସୀ ଏହି ମେମୁ ଟ୍ରେନରେ ଯାତ୍ରା କରିବାର ସୁବିଧା ପାଇପାରିବେ ବୋଲି ପୂର୍ବତଟ ରେଳ ବିଭାଗ ପକ୍ଷରୁ କୁହାଯାଇଛି। କଟକ-ପାରାଦୀପ ପାସେଞ୍ଜର ଟ୍ରେନ୍‌ ପରିବର୍ତ୍ତେ ମେମୁ ଟ୍ରେନ୍‌ ଚାଲିବ।

ନୂତନ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ମେମୁ ଟ୍ରେନରେ ୧୨ଟି ମେମୁ କୋଚ ଓ ଶୌଚାଳୟ ରହିଛି । ଏହା କ୍ଷୀପ୍ର ଗତିରେ ଯାତ୍ରା କରିବ । ଏହା ସହିତ ଷ୍ଟେସନଗୁଡିକରେ ଖୁବ ଜଲଦି ପହଁଚିବ ଓ ଯାତ୍ରା ଆରମ୍ଭ କରିବ । ତେବେ ଆଉ ଏକ ବିଶେଷତ୍ୱ ହେଉଛି କି ଏଥିରେ ବାରମ୍ବାର ଇଂଜିନ ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ । ଏହାର ଉଭୟ ପାର୍ଶ୍ୱରେ ଇଂଜିନ୍‌ ରହିଛି । ଏହା ଖୁବ ସମୟରେ ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଁଚାଇବ ବୋଲି ରେଳବାଇ କର୍ତ୍ତୃପକ୍ଷ କହିଛନ୍ତି ।

Leave A Reply

Your email address will not be published.