ଭଦ୍ରକ,୧୩/୨: ଭଦ୍ରକ ଜିଲ୍ଲା ସାହାଡ଼ା ପଞ୍ଚାୟତର ଧର୍ମଶରଣ ଗାଁରେ ଅଗ୍ନିକାଣ୍ଡ ଘଟିଛି । ଗୁହାଳ ସହ ଆଠ ବଖରା ଘରେ ନିଆଁ ଲାଗିବା ଫଳରେ ତିନୋଟି ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହି ଅଗ୍ନିକାଣ୍ଡ ଘଟଣାରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ପାଉଁଶ ହୋଇଯାଇଛି । ନିଆଁ ଲାଗିବାର କାରଣ ଏ ଯାଏଁ ସ୍ପଷ୍ଟ ହୋଇନଥିବା ସୂଚନା ମିଳିଛି ।