ଅଗ୍ନିକାଣ୍ଡରେ ୭ ମୃତ

0

ମୁମ୍ବାଇ, ୨୮/୧୨: ଚେମ୍ବୁର ଅଞ୍ଚଳର ସରଗମ୍‌ ସୋସାଇଟିର ଏକ ଆବାସିକ କୋଠାରେ ଅଚାନକ ନିଆଁ ଲାଗିଯିବାରୁ ୭ ଜଣଙ୍କର ମୃତୁ୍ୟ ହୋଇଛି । କୋଠାର ୧୧ ମହଲାରୁ ପ୍ରଥମେ ନିଆଁ ଲାଗି ଏହା ବ୍ୟାପିଯାଇଥିଲା । ସନ୍ଧ୍ର୍ୟା ୭.୪୫ ସମୟରେ ନିଆଁ ଲାଗିଥିଲା ଏବଂ ଏହାକୁ ଦମନ କରିବାପାଇଁ ୧୫ଟି ଦମକଳ ନିୟୋଜିତ ହୋଇଥିଲା । ମୃତକଙ୍କ ମଧ୍ୟରୁ ୫ ଜଣଙ୍କର ପରିଚୟ ମିଳିଥିବା ବେଳେ ସେମାନେ ହେଲେ ସୁନୀତା ଯୋଷୀ (୭୨), ବାଲଚନ୍ଦ୍ର ଯୋଷୀ(୭୨), ସୁମନ ଶ୍ରୀନିବାସ ଯୋଷୀ(୮୩), ସରଳା ସୁରେଶ ଗଙ୍ଗର(୫୨) ଏବଂ ଲକ୍ଷ୍ମୀବେନ୍‌ ପ୍ରେମଜୀ ଗଙ୍ଗର (୮୩) । ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । କି;ୁ ଏ ସମୟରେ ଏକ ଗ୍ୟାସ୍‌ ସିଲିଣ୍ଡର ଫାଟିଯିବାରୁ ପରିସ୍ଥିତି ଅଧିକ ଭୟାବହ ହୋଇଥିଲା । ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି କୋଠାର ନିଆଁଲିଭା ଯନ୍ତ୍ର କାର୍ଯ୍ୟକ୍ଷମ ଅବସ୍ଥାରେ ନଥିଲା ।

Leave A Reply

Your email address will not be published.