ଅଜବ ବସ୍ତି

0

ସ୍ଥଳଭାଗରେ ଲୋକମାନେ ଘର କରି ରହିଥାନ୍ତି କିନ୍ତୁ ଏମିତି ଏକ ଗ୍ରାମ ଅଛି ଯେଉଁଠାରେ ଲୋକମାନେ ଜଳ ମଧ୍ୟରେ ଘର ତିଆରୀ କରି ବସତି ସ୍ଥାପନ କରିଛନ୍ତି । ଚୀନର ଫୁଜିଆନ ପ୍ରାନ୍ତରେ ନିଙ୍ଗଡେ ଶହରରେ ହଜାର ହଜାର ଲୋକଙ୍କର ଏକ ବସ୍ତି ଜଳ ମଧ୍ୟରେ ବସତି ସ୍ଥାପନ କରିଛନ୍ତି । ଏହି ବସ୍ତି “ଟାଙ୍କା’’ ନାମରେ ପରିଚିତ । ପ୍ରାୟ ୧୩୦୦ ବର୍ଷ ପୂରୁଣା ଏହି ବସ୍ତିରେ ପାଖାପାଖି ୨ ହଜାରରୁ ଅଧିକ ଘର ଡଙ୍ଗାରେ ନିର୍ମିତ । ଯେଉଁଥିରେ ପ୍ରାୟ ୮୫୦୦ ଲୋକ ବାସ କରନ୍ତି । ଏହି ଗ୍ରାମରେ ରହୁଥିବା ଲୋକମାନେ ପେଶାରେ ମାଛ ଧରାଳୀ । ସମୁଦ୍ରରୁ ମାଛ ଧରି ସେମାନେ ଗୁଜୁରାଣ ମେଣ୍ଟାନ୍ତି । ସେମାନେ ଭାସନ୍ତା ଗୃହ ନିର୍ମାଣ କରିବା ସହ କାଠ ସାହାର୍ଯ୍ୟରେ ବଡ ଚଟାଣ କରିଛନ୍ତି । ଯେଉଁଠାରେ ତାଙ୍କର ସାମୁଦାୟିକ କାର୍ଯ୍ୟକ୍ରମ ହେବା ସହ ପିଲାମାନେ ଖେଳକୁଦ କରିଥାନ୍ତି ।

Leave A Reply

Your email address will not be published.