ଚୀନର ଏହି ହୋଟେଲ ଦେଖିବାକୁ ଘୋଡାର ନାଲ ପରି । ଦେଖିଲେ ଆଖି ଲାଖିଯିବ । ସାଂଘାଇରେ ଅଛି ଏହି ହୋଟେଲ । ଏହାର ଆକାର ଆକୃତିକୁ ନେଇ ଏହା ହର୍ସସୁ ହୋଟେଲ ଓ ଡଫନଟ୍ ହୋଟେଲ ନାଁରେ ପରିଚିତ । ଯଦିଓ ଏହି ହୋଟେଲ ଦେଖିବାକୁ ଏକ ଘୋଡା ନାଲ ପରି, ହେଲେ ଏହାର ତଳଭାଗ ଦୁଇଟି ବେସମେଣ୍ଟ ଲେବଲ ଭାବେ ଯୋଡି ହୋଇଛି । ହୋଟେଲଟି ଟାଇହୁ ହ ୍ରଦର କୂଳରେ ଅବସ୍ଥିତ ଏବଂ ୩୨୧ଟି ଗେଷ୍ଟ ରୁମ୍ ଓ ୩୯ଟି ଭିଲ୍ଲା ରହିଛି ଏହି ଭିନ୍ନ ଧରଣର ହୋଟେଲରେ । ଏଭଳି ଏକ ଅଭିନବ ଓ ଆଧୁନିକ ହୋଟେଲକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।