ଅଣ୍ଡାର ଉପକାରିତା

0

ଅଣ୍ଡା ସ୍ୱାସ୍ଥ୍ୟକାରୀ ଖାଦ୍ୟ ହୋଇଥାଏ, ଯେହେତୁ ଆମିଷ ହୋଇଥାଏ ଦୈନନ୍ଦିନ ଖାଇବା ସମ୍ଭବ ହୋଇନଥାଏ । ତେବେ ଅଣ୍ଡା ଖାଇବାର ଉପକାରିତା ବହୁମାତ୍ରାରେ ରହିଥାଏ ।
ମାତ୍ରାଧିକ ପୋଷକତତ୍ତ୍ୱ- କ୍ଷୁଦ୍ର କୁକୁଡା ଚିଆଁରେ ଯେଉଁସବୁ ପୋଷକତତ୍ତ୍ୱ ରହିଥାଏ ତାହା ଅଣ୍ଡାରେ ପରିପୂର୍ଣ୍ଣ ଥାଏ । ସିଝା ଅଣ୍ଡାରେ ଭିଟାମିନ୍‌-ଏ,ଫୋଲେଟ୍‌, ଭିଟାମିନ୍‌-ବି୫, ଭିଟାମିନ୍‌-ବି୧୨, ଭିଟାମିନ୍‌-ବି୨, ଫସ୍‌ଫରସ୍‌, ସେଲେନିୟମ୍‌ ଗଚ୍ଛିତ ରହିଥାଏ । ଅଣ୍ଡାରେ ୭୭ ଗ୍ରାମ୍‌ କ୍ୟାଲୋରୀ, ୬ ଗ୍ରାମ୍‌ ପ୍ରୋଟିନ୍‌ ଓ ୫ ଗ୍ରାମ୍‌ ସ୍ୱାସ୍ଥକାରୀ ଫ୍ୟାଟ୍‌ ରହିଥାଏ ।
ମେଦ ନିୟନ୍ତ୍ରଣକାରୀ- ଅଣ୍ଡାକୁ ମେଦ ନିୟନ୍ତ୍ରଣ ଖାଦ୍ୟ କହିଲେ ମଧ୍ୟ ଅତୁ୍ୟକ୍ତି ହେବ ନାହିଁ । ଅଣ୍ଡା ଶରୀରରେ ମେଦ ବୃଦ୍ଧି କରିଥାଏ କିନ୍ତୁ ଶରୀରରେ କ୍ଷତିକାରକ ମେଦ କିମ୍ବା ରକ୍ତ ସଞ୍ଚାଳନରେ ବାଧା ଦେଉଥିବା ମେଦକୁ ନିୟନ୍ତ୍ରଣ କରିଥାଏ ।
ଏଚ୍‌ଡିଏଲ୍‌ କ୍ଷରଣ କରେ- ଏଚ୍‌ଡିଏଲ୍‌ ଅର୍ଥାତ୍‌ ହାଇ ଡେନ୍‌ସିଟି ଲିପ୍ରୋପ୍ରୋଟିନ୍‌ କ୍ଷରଣ କରିବାରେ ସାହାଯ୍ୟ କରେ । ଯେଉଁ ବ୍ୟକ୍ତିଙ୍କ ଶରୀରରେ ଏଚ୍‌ଡିଏଲ୍‌ ଭାଗ ଅଧିକ ଥାଏ ତାଙ୍କର ହୃଦଘାତ ସମସ୍ୟା ରହେନାହିଁ । ତେଣୁ ପ୍ରତି ୪-୬ ଦିନରେ ଦୁଇଟି ଅଣ୍ଡା ଖାଇବା ଆବଶ୍ୟକ ।
ଚକ୍ଷୁ ରକ୍ଷା କରେ- ଅଣ୍ଡା କେଶରରେ ବହୁମାତ୍ରାରେ ଲୁଟେନ୍‌ ଓ ଜିଆକ୍ସେନ୍‌ଥିନ୍‌ ଭାଗ ରହିଥାଏ ଯାହା ରେଟିନା ପାଇଁ ଆଣ୍ଟିଅକ୍ସିଡାଣ୍ଟ ରୂପେ କାର୍ଯ୍ୟ କରିଥାଏ ।
ଓମେଗା-୩ ଥାଏ-ଅଣ୍ଡାରେ ପ୍ରଚୁର ପରିମାଣର ଓମେଗା-୩ ରହିଥାଏ ଯାହା ରକ୍ତରେ କ୍ଷତିକାରକ ପୋଷକତତ୍ତ୍ୱକୁ ହ୍ରାସ କରାଇ ହୃଦଘାତରୁ ରକ୍ଷା କରେ ।
ଦରକାରୀ ଆମିନୋ ଏସିଡ୍‌:- ଅଣ୍ଡା ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ହୋଇଥାଏ । ଅଣ୍ଡା ଖାଇବା ଦ୍ୱାରା ଓଜନ କମିବା, ଶରୀରରେ ମାଂସପେଶୀ ବୃଦ୍ଧି ପାଇଥାଏ, ହାଡ ଶକ୍ତ , ନିମ୍ନ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରାଯାଇଥାଏ ।

Leave A Reply

Your email address will not be published.