ଆଇଲ୍ୟାଣ୍ଡର ସୁନ୍ଦରତା ବ୍ୟତିତ ଏଠାରେ କାନ୍ଥ ଉପରେ ଜାଗା- ଜାଗାରେ ବିଶାଳକାୟ ଅଣ୍ଡା ଦେଖିବାକୁ ମିଳିବ । କଣାଟି ଶୁଣିକି ନିଶ୍ଚିତ ଆଶ୍ଚଯ୍ୟ ଲାଗୁଥିବ । କିନ୍ତୁ ଏହା ସତ । ଏହି ଅଣ୍ଡାଗୁଡିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଏହି ଅଣ୍ଡାଗୁଡିକର ଆକାର ସାଧାରଣ ଅଣ୍ଡାଠାରୁ ବଡ । କିନ୍ତୁ ଏହା ପ୍ରକୃତ ଅଣ୍ଡା ନୁହେଁ ଏହା ହେଉଛି ଗ୍ରାନାଇଟ୍ର ନିର୍ମିତ କାରୁକାର୍ଯ୍ୟ ଯାହାକୁ ଅଣ୍ଡାର ଆକୃତି ଦିଆଯାଇଅଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ପ୍ରକୃତରେ ଏହି ଅଣ୍ଡା ଏଠି କାହିଁକି ଅଛି ? ଏହି ଅଣ୍ଡା ହେଉଛି ଆଇଲ୍ୟାଣ୍ଡର ବିଲୁପ୍ତ ହେଉଥିବା ଏକପ୍ରକାର ପକ୍ଷୀଙ୍କ ପ୍ରଜାତିର ପ୍ରତିକ । ଗ୍ରାନାଇଟ୍ ପଥରରେ ନିର୍ମିତ ଏହି ଅଣ୍ଡା ଇଗିନ ଆଇ ଗ୍ଲୋବିକ ଆଇଲ୍ୟାଣ୍ଡରେ ରହିଛି । ଏହି ଆଇଲ୍ୟାଣ୍ଡରେ ପୂର୍ବ ଦିଗରେ ମୂଳ ପକ୍ଷୀର ସମ୍ପୂର୍ଣ୍ଣ ପ୍ରଜାତି ଲୋପ ପାଇଯାଇଛି । ଏଥିପାଇଁ ଏହି ପକ୍ଷୀର ବିଲୁପ୍ତ ହୋଇଯାଉଥିବା ପ୍ରଜାତିକୁ ଶ୍ରଦ୍ଧାଞ୍ଜଳୀ ଦେବାପାଇଁ ପ୍ରତିକ ରୂପେ ଏଠାରେ ଅଣ୍ଡାର ଷ୍ଟାଚୁ୍ୟ ରଖାଯାଇଛି ।