ପ୍ରସ୍ତୁତି ସାମଗ୍ରୀ- ୪ଗୋଟି ଅଣ୍ଡା, ୨୫୦ଗ୍ରାମ୍ ଚିକେନ୍ କିମା, ୨ଟା ପିଆଜ, ଖଣ୍ଡେ ଅଦା, ୬ପାଖୁଡ଼ା ରସୁଣ, ୬ଟା ଲାଲ୍ ଲଙ୍କା, ୧ଚାମଚ ଧନିଆ, ୨ଖଣ୍ଡ ଡାଲଚିନି, ୨ଟା ଗୁଜୁରାତି, ୧ଗୋଟି ଟମାଟୋ, ଅଧକପ୍ ତେଲ, ୧ଚାମଚ ଘିଅ, ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ।
ପ୍ରଣାଳୀ- ଗୋଟିଏ ପିଆଜ ଏବଂ ଧନିଆ ପତ୍ରକୁ ଚୂନା ଚୂନାକରି କାଟିଦେବେ । କିମା ମାଂସରେ ଲୁଣ ହଳଦୀ ଗୋଳାଇ ସିଝାଇଦେବେ । କିମା ମାଂସ, ପିଆଜ କଟା, ୨ଟି ଅଣ୍ଡାକୁ ଭଲ ଭାବରେ ଫେଣ୍ଟି ମିଶାଇ ଦେବେ । ତା’ପରେ ଅନ୍ୟ ଦୁଇଟି ଅଣ୍ଡାକୁ ଢାଳି ଦେଇ ସେଥିରେ କିମା ମିଶା ଅଣ୍ଡା ଫେଣ୍ଟି ଦେଇ ଆମଲେଟ୍କୁ ଭାଜିଦେଇ ଚେକା ଚେକା ପିସ୍ କାଟି ଦେଇ ରଖିବେ । ଅନ୍ୟ ପିଆଜ ଦୁଇଟି, ଅଦା, ରସୁଣ, ଲଙ୍କା ଏବଂ ଡାଲଚିନି ଗୁଜୁରାତିକୁ ବାଟିଦେବେ । କରେଇରେ ତେଲ ଗରମ କରି ପିଆଜ ମସଲା ଏବଂ ଟମାଟୋକୁ ଭାଜିବେ । ମସଲାରୁ ଭଲ ବାସନା ଆସିଲେ ସେଥିରେ ଦୁଇକପ୍ ପାଣି ଢାଳିଦେବେ । ଝୋଳି ପାଣି ଫୁଟିଗଲେ ଅଣ୍ଡା ରୋଲ୍ପିସ୍, ଗରମ ମସଲା ଓ ଘିଅ ପକାଇ ପାଞ୍ଚ ମିନିଟ୍ ଫୁଟାଇ ତରକାରୀକୁ ଓହ୍ଲାଇଦେବେ ।
Next Post