ଆପରମାନେ ଶୁଣିଥିବେ କିଏ କେତେବେଳେ ଗଛକୁ ବିବାହ କଲାଣି ତ ଅଉ କିଏ ଜୀବଜନ୍ତୁ ଙ୍କୁ । କିନ୍ତୁ ଆପଣ େକେବେ ଶୁଣିଥିବେ କି କେହି କେବେ ନିଜେ ଶୋଉଥିବା ରେଜେଇକୁ ବିବାହ କରୁଛି ବୋଲି । କିନ୍ତୁ ଖୁବ୍ ଶୀଘ୍ର ଏକଥ ସତ ହେବାକୁ ଯାଉଛି । ଇଂଲଣ୍ଡର ଡେୱନ ସହରରେ ରହୁଥିବା ପାସକଲ କରିବାକୁ ଯାଉଛଇନ୍ତି ଏହି ବିବାହ । ୪୮ ବର୍ଷୀୟ ପାସକଲ ପଡିଛନ୍ତି ରେଜେଇର ପ୍ରେମରେ । ଏଇ ରେଜେଇର ନାଁ ହେଉଛି ଦୁେୱଟ । ତେବେ ପସକଲ ଏହି ବିବାହକୁ ଧୁମ୍ଧାମ୍ରେ କରିବାର ଯୋଜନାକ ରଖିଛନ୍ତି । ଆସନ୍ତା ୧୦ ତାରିଖରେ ଡେେୱାନର ଦ ଗ୍ଲୋରିୟସ ଆର୍ଟ ହାଉସ୍ରେ ଏମାନଙ୍କ ବିବାହ ସମ୍ପର୍ଣ୍ଣ କରାଯିବ । ତେବେ ବିବାହରେ ସାମିଲ ହେବାକ ଥିବା ଅତିଥିମାନଙ୍କ ପାଇଁ ଏକ ସ୍ୱତନ୍ତ୍ରୀ ପ୍ରକାରର ଡ୍ରେସ୍ କୋର୍ଟ ର ବ୍ୟବସ୍ଥା କରିଛନ୍ତି ପସକଲ । ତେବେ ବିବାହରେ ଯେଉଁମାନେ ନିମନ୍ତ୍ରୀତ ଅଛନ୍ତି ସେମାନେ ଗାଉନ୍, ପାଇଜାମା ଓ ସ୍ଲିପର ପରିଧାନ କରି ଏହି ଭିନ୍ନ ଧରଣର ବିବାହରେ ସାମିଲ ହେବେ । ବର୍ତ୍ତମାନ ପାସକଲଙ୍କ ଦ୍ୱାରା ପ୍ରସ୍ତୁତ ଦୁେୱନ ଓ ପାସକଲଙ୍କ ଏକ ଭିଡି ଓ ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।