ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ନିଦ୍ରା ଆବଶ୍ୟକ । ପର୍ଯ୍ୟାପ୍ତ ପରିମାଣର ନିଦ୍ରା ନହେବା ଦ୍ୱାରା କିମ୍ବା ଅନିଦ୍ରା ରହିବା ଦ୍ୱାରା ଆମକୁ ଚିନ୍ତା, ମୁଣ୍ଡ ବ୍ୟଥା ଏବଂ ଥକାପଣ ଭଳି ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ତେବେ ଅତ୍ୟାଧିକ ନିଦ୍ରା ମଧ୍ୟ ଆମ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଆବଶ୍ୟକରୁ ଅଧିକ ଶୋଇବା ଦ୍ୱାରା ଏହାର ପ୍ରଭାବ ଆମ ଶରୀର ଉପରେ ପଡିଥାଏ । ଆବଶ୍ୟକଠାରୁ ଅଧିକ ଶୋଇବା ଆପଣଙ୍କ ମୃତ୍ୟୁର କାରଣ ହୋଇପାରେ ବୋଲି ଏକ ନୂଆ ଗବେଷଣାରେ ପ୍ରକାଶ ପାଇଛି । ତେବେ ଆସ;ୁ ଜାଣିବା କଣ କୁହେ ଗବେଷଣା ।
ଗବେଷଣାରେ ପ୍ରକାଶ ପାଇଛି କି, ରାତିରେ ୬-୮ ଘଣ୍ଟାରୁ ଅଧିକ ଶୋଇବା ଦ୍ୱାରା ବ୍ୟକ୍ତି ମଧ୍ୟରେ କାର୍ଡିୟୋବସ୍କୁଲାର ଡିଜିଜ ଏବଂ ମୃତ୍ୟୁର ଆଶଙ୍କା ବଢିଯାଇଥାଏ । ୮ ଘଣ୍ଟାରୁ ଅଧିକ ଶୋଉଥିବା ବ୍ୟକ୍ତି ମଧ୍ୟରେ ହୃଦ ରୋଗ, ହୃଦଘାତ ଏବଂ ମୃତ୍ୟୁ ହେବାର ଆଶଙ୍କା ୪୧ % ଅଧିକ ରହିଥାଏ ବୋଲି ମୈକମାଷ୍ଟର ଆଣ୍ଡ ପେକିଙ୍ଗ ୟୁନିୟନ ମେଡିକାଲ କଲେଜ ଦ୍ୱାରା କରାଯାଇଥିବା ଏହି ଗବେଷଣାରେ ପ୍ରକାଶ ପାଇଛି । ଗବେଷକ ଚୌଙ୍ଗଶୀ ବିଙ୍ଗ କହିଛନ୍ତି କି, ଯେଉଁ ବ୍ୟକ୍ତି ମାନେ ରାତିରେ ୬ ଘଣ୍ଟାରୁ ଅଧିକ ଶୁଅନ୍ତି, କି;ୁ ଦିନରେ ଆରାମ କରନ୍ତି ନାହିଁ , ସେମାନଙ୍କ ମଧ୍ୟରେ କାର୍ଡିୟୋବସ୍କୁଲାର ଡିଜିଜ ଏବଂ ମୃତ୍ୟୁର ଆଶଙ୍କା ଅଧିକ ରହିଥାଏ । କି;ୁ ଯେଉଁ ବ୍ୟକ୍ତିମାନେ ରାତିରେ ୬ ଘଣ୍ଟାରୁ କମ ଶୁଅନ୍ତି ଏବଂ ଦିନରେ କିଛି ସମୟ ଶୁଅନ୍ତି ସେମାନଙ୍କ ମଧ୍ୟରେ ଏହି ସମସ୍ୟା ଦେଖାଦିଏ ନାହିଁ ।
Next Post