ନୂଆଦିଲ୍ଲୀ,୧୧/୧୨: ରାହୁଳ ଗାନ୍ଧୀ ବର୍ଷେ ପୂର୍ବରୁ ଅର୍ଥାତ୍ ଠିକ୍ ଡିସେମ୍ବର ୧୧ରେ ବିନା ପ୍ରତିଦ୍ୱନ୍ଦିରେ କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳି ଥିଲେ। ଏବେ ତାଙ୍କ ଅଧ୍ୟକ୍ଷ ପଦକୁ ପୂରିଛି ୧ ବର୍ଷ। ଆଉ ଆଜିର ଦିନରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳଫଳ ମଧ୍ୟ ପ୍ରକାଶ ପାଉଛି। ତାହାପୁଣି ଅନେକ ସ୍ଥାନରେ କଂଗ୍ରେସ ସପକ୍ଷରେ ଯାଇପାରେ ବୋଲି ଆକଳନ କରାଯାଇଛି। ଅନୁମାନ କରାଯାଉଛି ଅତିକମ୍ରେ ୩ଟି ରାଜ୍ୟରେ ହୁଏତ କଂଗ୍ରେସ ସରକାର ଗଢିପାରେ। ଯଦି ଏହିି ଆକଳନ ସତ ହୁଏ ତେବେ ରାହୁଳଙ୍କୁ ତାଙ୍କ ଅଧ୍ୟକ୍ଷ ପଦର ପ୍ରଥମ ବର୍ଷରେ ମୂଲ୍ୟବାନ ଉପହାର ମିଳିବ ବୋଲି ଆଲୋଚନା ହେଉଛି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଗତ ୧୫ ବର୍ଷ ହେବ ଭାଜପା ଶାସନ ଭାର ସମ୍ଭାଳିଥିବା ବେଳେ ଏଥର ଏହା କଂଗ୍ରେସ ହାତକୁ ଆସିବ ବୋଲି ଅନୁମାନ କରାଯାଉଛି। ସେହିପରି ରାଜସ୍ଥାନରେ ମଧ୍ୟ ବସୁନ୍ଧରା ଏଥର ଗାଦିଚ୍ୟୁତ ହୋଇ ପାରନ୍ତି ବୋଲି ପୂର୍ବାନୁମାନ କରାଯାଇଛି।