ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ପଶୁମାନଙ୍କ ପ୍ରତି ଥିବା ଉଦାର ମନୋଭାବ ସଭିଙ୍କୁ ଜଣା ଅଛି । ସବୁବେଳେ ସେ ପଶୁମାନଙ୍କ ପ୍ରତି କିଛି ନା କିଛି ଉପକାରୀ କାର୍ଯ୍ୟ କରନ୍ତି । ସେହିପରି ଅନୁଷ୍କା ଖୁବ୍ ଶୀଘ୍ର ନିର୍ମାଣ କରିବାକୁ ଯାଉଛନ୍ତି ପଶୁମାନଙ୍କ ପାଇଁ ସେଲ୍ଟର ହୋମ୍ । ଏ ନେଇ ଅନୁଷ୍କା ମହାରାଷ୍ଟ୍ର ଶାହାପୁର ସ୍ଥିତ ଦୋହାଗଙ୍ଗା ରେ ଜମି କିଣିଛନ୍ତି । କେବଳ ଏତିକି ନୁହେଁ ଅନୁଷ୍କା ସେହି ଜମିରେ ଏକ ଘର ତିଆରି କରିଛନ୍ତି । ଏହି ଘରକୁ ଅନୁଷ୍କା ତାଙ୍କ ବାପା କର୍ଣ୍ଣଲ୍ ଅଜୟ କୁମାର ଶର୍ମାଙ୍କ ନାମରେ ନାମିତ କରିଛନ୍ତି । ବତ୍ତର୍ମାନ ଅନୁଷ୍କା ନିଜର ଜୁଡବାଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଶେଷଥର ପାଇଁ ଅନୁଷ୍କା ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ ଯାହା ବକ୍ସ ଅଫିସ୍ରେ ସେତେ ସଫଳ ହୋଇ ପାରି ନ ଥିଲା । କିଛି ଦିନ ପୂର୍ବେ ସୋସାଲ ମିଡ଼ିଆରେ ଫଟୋ ଅପ୍ଲୋଡ୍କୁ ନେଇ ଅନୁଷ୍କା ସମାଲୋଚନାର ଶିକାର ହୋଇଥିଲେ ।