ଭୁବନେଶ୍ୱର,୨୮/୨ : ଦୈନନ୍ଦିନ ଜୀବନରେ ଶରୀରକୁ ସ୍ୱସ୍ଥ ରଖିବା ପାଇଁ ଲୋକେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି ଏପରିକି ଶରୀରକୁ ସୁସ୍ଥ ରଖିବା ପାଇଁ ଘରୋଇ ଉପଚାର ମଧ୍ୟ ଆପଣାଇଥାନ୍ତି । ସେହିଭଳି ଏକ ଘରୋଇ ଉପଚାର ହେଉଛି ଜୁଆଣି । ଜୁଆଣିରେ ଔଷଧୀୟ ଗୁଣ ଭରପୂର ହୋଇ ରହିଛି । ଜୁଆଣି ଭଳି ଜୁଆଣି ପାଣିର ମଧ୍ୟ ଅନେକ ଉପକାରିତା ରହିଛି । ପ୍ରତିଦିନ ଭୋଜନ କରିସାରିବା ପରେ ଜୁଆଣି ଖାଇବା ଦ୍ୱାରା ଭଲ ହଜମ ହୋଇଥାଏ । ଜୁଆଣି ପାଣିକୁ ସବୁଦିନେ ପିଇଲେ ଏହା ଶରୀରର ମେଟାବଲିଜମକୁ ବଢାଇବାରେ ସାହାଯ୍ୟ କରି ଶରୀରର ଓଜନ ହ୍ରାସ କରିଥାଏ । ଜୁଆଣି ପାଣି ପେଟ ରୋଗରୁ ମଧ୍ୟ ରକ୍ଷା କରିଥାଏ । ଖାଦ୍ୟ ହଜମ କରିବାରେ ଜୁଆଣି ପାଣି ଯାଦୁ ଭଳି ପରି କାମ କରିଥାଏ ।ହୃଦରୋଗୀଙ୍କୁ ମଧ୍ୟ ଅନେକ ମାତ୍ରାରେ ରୋଗରୁ ଉପଷମ ଦେଇଥାଏ ଜୁଆଣି ପାଣି । ରାତିରେ ଏକ ଗ୍ଲାସ୍ ପାଣିରେ ଏକ ଚାମଚ ଜୁଆଣି ପକାଇ ଏହାକୁ ସକାଳୁ ପିଇଲେ ହୃଦ୍ ସମସ୍ୟାରୁ ମୁକ୍ତି ମିଳିଥାଏ ।
ଜୁଆଣି ପାଣି ପିଇବା ଦ୍ୱାରା ଡାଇରିଆ ଭଳି ରୋଗରୁ ମୁକ୍ତି ମିଳିଥାଏ । ମୁଣ୍ଡବ୍ୟଥାରୁ ଶୀଘ୍ର ଉପଶମ ପାଇବା ପାଇଁ ଜୁଆଣି ପାଣି ସେବନ କରିବା ଭଲ । ଜୁଆଣି ପାଣିକୁ ବ୍ୟବହାର କଲେ ଥଣ୍ଡା, କଫ, ଏବଂ ଆଜମାରୁ ମଧ୍ୟ ରକ୍ଷା ମିଳିଥାଏ । ମୁଖ ଜନିତ ସମସ୍ୟାରୁ ରକ୍ଷା ମିଳିବା ପାଇଁ ଜୁଆଣି ପାଣିର ବ୍ୟବହାର କରାଯାଇଥାଏ । ଏହାକୁ ସବୁଦିନ ପ୍ରତିଦିନ ସକାଳୁ ପିଇବା ଦ୍ୱାରା ଦାନ୍ତ ଜନିତ ଅସୁବିଧା ଏବଂ ମୁଖ ଦୁର୍ଗନ୍ଧରୁ ମଧ୍ୟ ରକ୍ଷା ମିଳିଥାଏ । ଅତ୍ୟଧିକ କାଶ ହେଉଥିଲେ ଜୁଆଣି ପାଣିରେ ଚିମୁଟାଏ କଳା ଲୁଣ ପକାଇ ପିଇଲେ କାଶରୁ ମୁକ୍ତି ମିଳିଥାଏ । ନିଦ୍ରାହିନତାର ଶିକାର ହେଉଥିଲେ ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ଶୋଇବା ପୂର୍ବରୁ ଗୋଟିଏ କପ୍ ଜୁଆଣି ପାଣି ପିଅନ୍ତୁ ।