ଅନ୍ତରୀକ୍ଷ ଯାତ୍ରାରେ ପ୍ରଭାବିତ ହୁଏ ମସ୍ତିଷ୍କ

0

ଅନ୍ତରୀକ୍ଷରୁ ଫେରିବା ପରେ ମହାକାଶଚାରୀଙ୍କ ଅନ୍ୟ ଅଙ୍ଗ ତୁଳନାରେ ମସ୍ତିଷ୍କ ବେଶୀ ପ୍ରଭାବିତ ହୋଇଥାଏ । ତାର ଗତି ଓ ଚିହ୍ନିବା ପ୍ରକ୍ରିୟାରୁ କ୍ଷମତା ପ୍ରଭାବିତ ହୋଇଥାଏ । ଏହା ନାସାଦ୍ୱାରା ପ୍ରେରିତ ଏକ ପରୀକ୍ଷଣରୁ ଜଣାପଡିଛି । ଏହି ପରୀକ୍ଷଣ ଅନ୍ତରୀକ୍ଷ ଯାତ୍ରା କରିଥିବା ୧୫ ଜଣ ମହାକାଶଚାରୀଙ୍କ ମସ୍ତିଷ୍କରେ କରାଯାଇଛି । ଏହି ସମସ୍ୟା ବେଶୀ ଦିନ ରୁହେନି ସମୟ ସହିତ ମହାକାଶଚାରୀଙ୍କ ବ୍ୟବହାର ସାମାନ୍ୟ ମଧ୍ୟ ହୋଇଯାଏ । ୟୁନିଭର୍ସିଟି ଅଫ୍‌ ଫ୍ଲୋରିଡାର କଲେଜ ଅଫ୍‌ ହେଲ୍‌ଥ୍‌ ଆଣ୍ଡ ହୁ୍ୟମାନ୍‌ ପରଫର୍ମମାନ୍ସର ଅଧ୍ୟାପକ ରଶେଲ ସିଡଲରଙ୍କ ମତରେ, ‘ଅନ୍ତରୀକ୍ଷରେ ଶରୀରରେ ଥିବା ପାଣି ମୁଣ୍ଡ ଆଡକୁ ବୋହିବାକୁ ଲାଗିଥାଏ, କାରଣ ସେଠାରେ ଗୁରୁତ୍ୱାକର୍ଷଣ ନଥାଏ । ତେଣୁ ଆମେ ମହାକାଶଚାରୀଙ୍କ ଫଟୋ ଅବା ଭିଡିଓ ଦେଖିଲେ ତାହା ଅଜବ ଦେଖାଯାଏ ।’ ମୁଣ୍ଡରୁ ପାଣି ବାହାରିବାର କାରଣ ହେଉଛି ଖପୁରୀ ମଧ୍ୟରେ ମସ୍ତିଷ୍କ ଭାସମାନ ଅବସ୍ଥାରେ ଥାଏ ତେଣୁ ମହାକାଶଯାତ୍ରା କରୁଥିବା ବ୍ୟକ୍ତିଙ୍କ ମସ୍ତିଷ୍କ ବେଶୀ ପ୍ରଭାବିତ ହୋଇଥାଏ । ଯାହା ମସ୍ତିଷ୍କର ଗତି ଓ ଚିହ୍ନିବା ପ୍ରକ୍ରିୟାରୁ ଜଣାପଡେ । ବୈଜ୍ଞାନିକଙ୍କ ମତରେ ଏହାକୁ ନୁ୍ୟରୋ ଆକୁ୍ୟଲର ସିଣ୍ଡ୍ରୋମ କୁହାଯାଏ । ଏହି ସମସ୍ୟା ପାଇଁ ଅନ୍ତରୀକ୍ଷରୁ ଫେରିଥିବା ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି କ୍ଷୀଣ ହୋଇଥାଏ । ମସ୍ତିଷ୍କରେ ପାଣି ପାଇଁ ଅପଫିକ୍‌ ନର୍ଭ ଗୁଡିକ କାର୍ଯ୍ୟକ୍ଷମ ହୋଇପାରନ୍ତିନାହିଁ । ବୈଜ୍ଞାନିକଙ୍କ ମତରେ ଅନ୍ତରୀକ୍ଷରୁ ଫେରିବା ପରେ ଏହି ସମସ୍ୟା ସପ୍ତାହ ମଧ୍ୟରେ ଠିକ୍‌ ହୋଇଯାଏ । କିନ୍ତୁ ବହୁଦିନ ପର୍ଯ୍ୟ; ଶରୀରରେ ସ୍ୱଳ୍ପ ପରିବର୍ତ୍ତନ ହେଲା ପରି ଅନୁଭବ ହୋଇଥାଏ ।

Leave A Reply

Your email address will not be published.