ଅବସର ନେଲେ ଅନୁପ

0

ନୂଆଦିଲ୍ଲୀ, ୨୦/୧୨: ଜାତୀୟ କବାଡ଼ି କ୍ରୀଡ଼ାର ସଫଳ କ୍ରୀଡ଼ାବିତ୍‌ ତଥା ଭାରତୀୟ ଦଳର ଅଧିନାୟକ ଅନୁପ କୁମାର ସନ୍ନ୍ୟାସ ଘୋଷଣା କରିଛନ୍ତି । ଚଳିତ ପ୍ରୋ-କବାଡ଼ି ଲିଗେରେ ଜୟପୁର ପିଙ୍କ୍‌ ପାନ୍ଥର୍ସ ଓ ଗୁଜରାଟ ଫର୍ଚୁ୍ୟନ୍‌ ଜିଆଣ୍ଟ୍‌ ମଧ୍ୟରେ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ସେ ତାଙ୍କ ଅବସର ଘୋଷଣା କରିଥିଲେ । ଏହା ସହିତ ୧୫ ବର୍ଷର ଏକ ସଫଳ କବାଡ଼ି କ୍ୟାରିଅରରେ ପୂର୍ଣ୍ଣଛେଦ ପଡ଼ିଛି । ହରିଆଣାରେ ଜନ୍ମିତ ୩୫ ବର୍ଷୀୟ ଅନୁପ ୨୦୦୬ରେ ଶ୍ରୀଲଙ୍କାରେ ଅନୁଷ୍ଠିତ ସାଉଥ୍‌ ଏସିଆନ୍‌ ଗେମ୍ସରୁ ତାଙ୍କର ଅନ୍ତର୍ଜାତୀୟ କ୍ୟାରିଅର ଆରମ୍ଭ କରିଥିଲେ । ୨୦୧୦ ଓ ୨୦୧୪ରେ ଏସିଆନ୍‌ ଗେମ୍ସରେ ଭାରତୀୟ ଜାତୀୟ କବାଡ଼ି ଦଳ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଅନୁପ ଏହି ଟିମ୍‌ରେ ଥିଲେ । ୨୦୧୪ରେ ତାଙ୍କୁ ଭାରତୀୟ ଟିମ୍ର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । ତାଙ୍କରି ନେତୃତ୍ୱରେ ଦଳ ୨୦୧୪ରେ ଏସିଆନ୍‌ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ଏହା ପରେ ୨୦୧୬ରେ ଦଳ ତାଙ୍କ ନେତୃତ୍ୱରେ କବାଡ଼ି ବିଶ୍ୱକପ୍‌ ଜିତିଥିଲା । ୨୦୧୨ରେ ଭାରତ ସରକାର ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଥିଲେ । ପ୍ରୋ-କବାଡ଼ି ଲିଗ୍‌ରେ ଅନୁପ ବେଶ୍‌ ସଫଳତା ପାଇଥିଲେ । ସେ ୫ ବର୍ଷ ଧରି ‘ୟୁ ମୁମ୍ବାଇ’ ଟିମ୍‌ରେ ଖେଳିବା ପରେ ଜୟପୁର ପିଙ୍କ୍‌ ପାନ୍ଥର୍ସକୁ ଆସିଥିଲେ । ପ୍ରୋ-କବାଡ଼ି ଲିଗ୍‌ର ଦ୍ୱିତୀୟ ସଂସ୍କରଣରେ ଅନୁପଙ୍କ ନେତୃତ୍ୱରେ ‘ୟୁ ମୁମ୍ବାଇ’ ଚାମ୍ପିଅନ୍‌ ହୋଇଥିଲା ।

Leave A Reply

Your email address will not be published.