ହାଇଦ୍ରାବାଦ,୧୨/୧୧: ୟୁପିର ବିଭିନ୍ନ ଶହରର ନାମ ପରିବର୍ତନକୁ ନେଇ ବିପକ୍ଷ ବିଜେପି ସରକାରଙ୍କ ଉପରକୁ ଆକ୍ରମଣ କରିଛନ୍ତି । ଏହି ସମୟରେ ଏଆଇଏମଆଇଏମର ଅଧ୍ୟକ୍ଷ ଅସଦୁଦ୍ଧୀନ ଓବୈସୀ ବିଜେପି ଅଧ୍ୟକ୍ଷ ଅମିତ ଶାହା କେବେ ନିଜ ନାମ ପରିବର୍ତନ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।
ଓବୈସୀ ଏକ ଜନସଭା ସମୟରେ କହିଥିଲେ ଯେ, ୟୁପିର ସହର ଗୁଡିକ ନାମ ପରିବର୍ତନ କରାଯାଉଛି । ଇଲାହାବାଦ, ଆଗ୍ରା, ଫୈଜାବାଦର ନାମ ପରିବର୍ତନ ହେଉଛି ତେଣୁ ଅମିତ ଶାହାଙ୍କ ନାମ କେବେ ପରିବର୍ତନ ହେବ । ଏହା ପୂର୍ବରୁ ଐତିହାସିକ ଇରଫାନ ହବୀବ କହିଥିଲେ ଯେ, ବିଜେପି ପ୍ରଥମେ ନିଜ ଦଳର ଅଧ୍ୟକ୍ଷଙ୍କ ନାମ ପରିବର୍ତନ କରିବା ଉଚିତ୍ । ତାଙ୍କ ନାମ ପଛରେ ଲାଗିଥିବା ଶାହା ଇରାନ ଅଂଚଳର ଗୁଜୁରାଟର ନୁହେଁ । ଏମିତିକି ଗୁଜୁରାଟ ମଧ୍ୟ ଇରାନ ଅଂଚଳର ନାମ । ପ୍ରଥମେ ଏହାକୁ ଗୁଜରାତରା କୁହା ଯାଉଥିଲା । ତେଣୁ ଏହି ରାଜ୍ୟର ମଧୟ ନାମ ପରିବର୍ତନ ହେବା ଆବଶ୍ୟକ ।
Prev Post