ଅଯୋଧ୍ୟାରେ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପଚାଶ ହଜାର ଶ୍ରୀରାମ ଭକ୍ତଙ୍କ ସଂକଳ୍ପ

0

ଭୁବନେଶ୍ୱର,୯ /୧୨ : ପୂଣ୍ୟ କ୍ଷେତ୍ର ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର ଜନ୍ମସ୍ଥାନରେ ଭବ୍ୟ ମନ୍ଦିର ନିର୍ମାଣ କରିବା ପାଇଁ ତନ ମନ ଧନ ପୂର୍ବକ କାର୍ଯ୍ୟରତ ହେବେ ବୋଲି ହଜାର ହଜାର ଶ୍ରୀରାମ ଭକ୍ତ ଆଜି ରାଜଧାନୀର ରାଜରାସ୍ତାରେ ସଂକଳ୍ପ ନେଇଛନ୍ତି। ଶ୍ରୀରାମଙ୍କ ଜନ୍ମସ୍ଥାନରେ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ବିଶ୍ୱହିନ୍ଦୁ ପରିଷଦ ତରଫରୁ ଭୁବନେଶ୍ୱରର ଲୋଏର ପିଏମଜି ଠାରେ ଅନୁଷ୍ଠିତ ଏହି ସଂକଳ୍ପ ସମାବେଶରେ ମନ୍ଦିର ନିର୍ମାଣ ଦୃଷ୍ଟିରୁ କେନ୍ଦ୍ର ସରକାର ସଂସଦରେ ଆଇନ୍ ଆଣିବା ହିଁ ଏକମାତ୍ର ପନ୍ଥା ଓ ଆଜି ଭଗବାନ ଶ୍ରୀରାମଲଲା ଯେଉଁଠାରେ ବିରାଜମାନ ହୋଇଛନ୍ତି ସେହି ସ୍ଥାନରେ ହିଁ ଭବ୍ୟ ମନ୍ଦିର ନିର୍ମାଣ ହେବା ଦରକାର ବୋଲି ମଞ୍ଚରେ ଉପସ୍ଥିତ ସାଧୁସନ୍ଥ ତଥା ବକ୍ତାମାନେ ଦାବି କରିଛନ୍ତି।

ରାମ ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ଦାବିରେ ଆଜି ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ବ୍ରହ୍ମପୁର, ବାଲେଶ୍ୱର ଏବଂ ଭୁବନେଶ୍ୱରରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ବ୍ରହ୍ମପରରେ ୧୬ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଚନ୍ଦ୍ରଚୂଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏହାର ଆୟୋଜନ ହୋଇଥିବା ବେଳେ ବାଲେଶ୍ୱରର ଆଇଟିଆଇ ପଡିଆ ଏବଂ ଭୁବନେଶ୍ୱରରେ ଏହାର ଆୟୋଜନ କରାଯାଇଛି । ଏହି ସମ୍ମିଳନୀ ଗୁଡିକରେ ବହୁ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ହିନ୍ଦୁ ଯୋଗ ଦେଇଛନ୍ତି । ତେବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରା ନଗଲେ ଆଗକୁ ଦେଶବ୍ୟାପୀ ଆନ୍ଦୋଳନ ତୀବ୍ର ହେବ ବୋଲି ବିଶ୍ୱ ହିନ୍ଦୁ ପରିଷଦ ଦୃଢ ଚେତାବନୀ ଦେଇଛି ।

Leave A Reply

Your email address will not be published.