ଅରୁଣାଚଳ ପ୍ରଦେଶରେ ନିର୍ମାଣ ହେବ ଦେଶର ସର୍ବବୃହତ୍ ଜଳବିଦ୍ୟୁତ ପ୍ରକଳ୍ପ

0

ଭୁବନେଶ୍ୱର,୧୭/୭ : ଆଜି କେନ୍ଦ୍ର କ୍ୟାବିନେଟରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଗଣମାଧ୍ୟମ ନିକଟରେ ପ୍ରତିକ୍ରିୟା ରଖିଛନ୍ତି । ଜାଭଡେକର କହିଛନ୍ତି, ଜାତୀୟ ମେଡିକାଲ କମିଶନ ଗଠନ ହେବ । ମେଡିକାଲ ଶିକ୍ଷା ପାଇଁ ଏକାଧିକ ଏଣ୍ଟ୍ରାନ୍ସ ବଦଳରେ କେବଳ ଏନଇଇଟି ପରୀକ୍ଷା ହେବ । ଅର୍ଥାତ୍ ଏବେ ଦେଶରେ କିମ୍ବା କୌଣସୀ ରାଜ୍ୟସ୍ତରୀୟ ମେଡିକାଲ କଲେଜରେ ୟୁଜି ପଢିବା ପାଇଁ ହେଲେ କେବଳ ଏନଇଇଟି ପରୀକ୍ଷା ଦେବାକୁ ପଡିବ। ଅରୁଣାଚଳ ପ୍ରଦେଶରେ ଦେଶର ସର୍ବବୃହତ୍ ଜଳବିଦ୍ୟୁତ ପ୍ରକଳ୍ପ ହେବ । ୨୮୮୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୧୬ଶହ କୋଟି ଖର୍ଚ୍ଚ ହେବ । ଏତଦ୍ ବ୍ୟତୀତ ୫୮ଟି ପୁରୁଣାକାଳିଆ ଆଇନ ରଦ୍ଦ ପାଇଁ ମଧ୍ୟ କ୍ୟାବିନେଟରେ ନିଷ୍ପତି ହୋଇଛି ବୋଲି ଜାଭଡେକର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.