ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ରାଞ୍ଚି ଦେବଡି ମନ୍ଦିରରେ ଧୋନୀ

0

ନୂଆଦିଲ୍ଲୀ, ୫/୧: ଭାରତର ସବୁଠୁ ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅଷ୍ଟ୍ରେଲିଆ ଗସ୍ତ କରିବା ପୂର୍ବରୁ ଶୁକ୍ରବାର ରାଞ୍ଚିର ମାତା ଦେବଡି ମନ୍ଦିର ଯାଇ ଭଜନ-କୀର୍ତ୍ତନରେ ସାମିଲ ହୋଇଛନ୍ତି। ପୂର୍ବତନ ଅଧିନାୟକ ଧୋନୀ ପ୍ରାୟ ଅଢେଇ ମାସ ପରେ ପୁଣି ଥରେ ନୀଳ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବେ। ଅନେକ ଦିନ ପରେ ଧୋନୀଙ୍କ ଖେଳ ଦେଖିବାକୁ ପ୍ରଶଂସକ ମଧ୍ୟ ଉତ୍ସୁକତାର ସହ ଚାହିଁ ରହିଛନ୍ତି। ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ଦଳ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳୁଛି। ଏହା ପରେ ଜାନୁଆରୀ ୧୨ରୁ ଦିନିକିଆ ସିରିଜ୍ ଖେଳିବ।
ଧୋନୀଙ୍କୁ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଦଳରେ ସାମିଲ କରାଯାଇଛି। ଏହା ପୂର୍ବରୁ ଧୋନୀ ଆଜି ରାଞ୍ଚି ସ୍ଥିତ ଦେବଡି ମନ୍ଦିର ଯାଇ ମାଙ୍କ ଦର୍ଶନ କରିଛନ୍ତି। ଏହି ସମୟରେ ଧୋନୀଙ୍କ ପ୍ରଶଂସକ ତାଙ୍କର ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା।

ନିଜର ଅଧିନାୟକତ୍ଵରେ ଭାରତକୁ ୨୦୧୧ରେ ଦିନିକିଆ ବିଶ୍ଵ କପ୍ ଜିତାଇଥିବା ଧୋନୀଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ଟି ୨୦ ସିରିଜ୍ ପାଇଁ ଦଳରୁ ବାଦ୍ ଦିଆଯାଇଥିଲା। ଧୋନୀ ନିଜର ଶେଷ ଦିନିକିଆ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ନଭେମ୍ବର ୦୧ରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିଲେ। ମାତ୍ର ସେହି ମ୍ୟାଚରେ ସେ ବ୍ୟାଟିଂ କରିବାକୁ ଓହ୍ଲାଇନଥିଲେ।
ଏହା ପୂର୍ବରୁ ଧୋନୀ ଚତୁର୍ଥ ନବରାତ୍ର ଅବସରରେ ମଧ୍ୟ ମାତାଙ୍କ ଦରବାରରେ ହାଜିରି ଲଗାଇଥିଲେ। ଧୋନୀ ଯେବେ ବି ରାଞ୍ଚି ଆସନ୍ତି ମାତାଙ୍କ ମନ୍ଦିର ଯିବାକୁ ଚେଷ୍ଟା କରିଥାନ୍ତି। ଦିନିକିଆ କ୍ରିକେଟରେ ୧୦ ହଜାର ରନ କରି ସାରିଥିବା ଧୋନୀ ଏହି ମନ୍ଦିରରେ ବହୁତ ଆସ୍ଥା ରଖିଥାନ୍ତି। ଧୋନୀ ଯେବେ ବି ରାଞ୍ଚି ଆସନ୍ତି ମାତାଙ୍କ ମନ୍ଦିରରେ ପୂଜା କରିବାକୁ ନିଶ୍ଚୟ ଆସିଥାନ୍ତି।

Leave A Reply

Your email address will not be published.