ଅହମ୍ମଦାବାଦରେ ହୃଦ୍‌ରୋଗ ପୀଡ଼ିତ ଶିଶୁଙ୍କୁ ଭେଟିଲେ ନବୀନ

0

ଭୁବନେଶ୍ୱର,୧୮/୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହମ୍ମଦାବାଦସ୍ଥିତ ସତ୍ୟସାଇ ହାର୍ଟ ହସ୍ପିଟାଲରେ ସୋମବାର ହୃଦ୍‌ରୋଗ ପୀଡ଼ିତ ଶିଶୁଙ୍କୁ ଭେଟିଛନ୍ତି। ସେଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରାୟ ୧୫୦ ଶିଶୁଙ୍କ ମାଗଣା ହୃଦ୍‌ରୋଗ ଚିକିତ୍ସା ଜାରି ରହିଛି। ତନ୍ମଧ୍ୟରୁ ୩୬ ଜଣଙ୍କୁ ମୁଖ୍ୟମନ୍ତ୍ରୀ ହସ୍ପିଟାଲରୁ ଡିସ୍‌ଚାର୍ଜ ସାର୍ଟିଫିକେଟ ପ୍ରଦାନ କରିଛନ୍ତି। ଓଡ଼ିଆ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଯଥେଷ୍ଟ ପୂର୍ବରୁ ରାଜ୍ୟ ସରକାର ସତ୍ୟସାଇ ହାର୍ଟ ହସ୍ପିଟାଲ ସହ ଚୁକ୍ତି କରିଛନ୍ତି। ସେଠାରେ ଚିକିତ୍ସିତ ହେଉଥିବା ପ୍ରତ୍ୟେକ ଶିଶୁଙ୍କ ସମସ୍ତ ଚିକିତ୍ସା ରାଜ୍ୟ ସରକାର ମାଗଣାରେ କରାଉଛନ୍ତି। ମୁଖ୍ୟମନ୍ତ୍ରୀ ପୀଡ଼ିତ ଶିଶୁମାନଙ୍କ ଗହଣରେ ସମୟ ବିତାଇବା ସହ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।

Leave A Reply

Your email address will not be published.