ହାଇଦରାବାଦ,୨୯/୩ : ଆଇପିଏଲ-୨୦୧୯ରେ ଶୁକ୍ରବାର ଦିନ ସନରାଇଜର୍ସ ହାଇଦରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ। ହାଇଦ୍ରାବାଦଠାରେ ରାତି ୮ଟାରେ ଏହି ମ୍ୟାଚ ଖେଳାଯିବ।
ଗୁରୁବାର ବେଙ୍ଗାଲୁରୁ ଠାରେ ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୬ରନରେ ପରାସ୍ତ କରିଛି। ଏକ ରୋମାଞ୍ଚକର ସ୍ଥିତିରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର, ମୁମ୍ବାଇ ଇଣ୍ଡିଆନ୍ସର ୧୮୮ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଶେଷ ବଲ୍ରେ ଖେଳକୁ ସୁପର ଓଭର ସ୍ଥିତିକୁ ଆଣିବା ପାଇଁ ୬ରନ୍ ଆବଶ୍ୟକ କରୁଥିବାବେଳେ ଲସିତ ମଲିଙ୍ଗା ପକାଇଥିବା ଶେଷ ବଲ୍ଟି ନୋ ବଲ୍ ଥିବା ଫିଲ୍ଡ ଅମ୍ପେୟାର୍ଙ୍କ ଦୃଷ୍ଟି ଗୋଚର ହୋଇନଥିଲା। ପରେ ରିପ୍ଲେ ଦ୍ୱାରା ନୋ ବଲ୍ ଜଣାପଡ଼ିବାରୁ ଖେଳକୁ ସୁପର ଓଭର ପରିବର୍ତ୍ତେ ବେଙ୍ଗାଲୋର ଟିମ୍, ରନ୍ ସଂଖ୍ୟାକୁ ୧୮୧ରେ ସୀମିତ ରଖାଯାଇଥିଲା। ଚଳିତ ଆଇପିଏଲର ଏହା ଦ୍ୱିତୀୟ ବିବାଦୀୟ ନିଷ୍ପତ୍ତି ବୋଲି ଜଣାପଡ଼ିଛି।