ଆଇପ୍ୟାଡ୍‌ରେ ଭୋଜନ

0

ରେଷ୍ଟୁରାଣ୍ଟ ହେଉ କିମ୍ବା ହୋଟେଲ୍‌କୁ ଖାଦ୍ୟଗ୍ରହଣ କରିବାକୁ ଆସୁଥିବା ବ୍ୟକ୍ତି ହୋଟେଲ୍‌ ବାଲାଙ୍କ ପାଇଁ ଭଗବାନ୍‌ ସଦୃଶ । ଏଥିପାଇଁ ରେଷ୍ଟୁରାଣ୍ଟ ହେଉ କିମ୍ବା ହୋଟେଲ୍‌ କର୍ମଚାରୀ ସମସ୍ତେ ଚାହାନ୍ତି ତାଙ୍କ ପାଖକୁ ଆସୁଥିବା ଗ୍ରାହକ ଯେପରି ଖାଦ୍ୟରେ ସ;ୁଷ୍ଟ ହୋଇ ସେଠାରୁ ଯାଆ;ୁ । ଏଥିପାଇଁ, ସେଠାକାର ମାଲିକ ଗ୍ରାହକଙ୍କ ପାଇଁ ଭିନ୍ନ ବନ୍ଦୋବସ୍ତ କରିଥାନ୍ତି । ସାନ୍‌ ଫ୍ରାନ୍ସିସ୍କୋର ଏକ ରେସ୍ତୋରାଁରେ ଆଇପ୍ୟାଡ୍‌ ଉପରେ ଖାଦ୍ୟ ପରଶା ଯାଇଥିବାର ଦେଖିବାକୁ ମିଳିଛି । ଆଇପ୍ୟାଡ୍‌ରେ ଭୋଜନ କରିବାକୁ ଦିଆଯାଉଥିବାରୁ ଗ୍ରାହକଙ୍କର ବେଶ୍‌ ଭିଡ଼ ଏଠାରେ ଜମେ । ଡିସେମ୍ବର ଶେଷ ସପ୍ତାହରୁ ଏଠାର ମାଲିକ ଗ୍ରାହକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଏହି ଅଭିନବ ଉପାୟର ଆରମ୍ଭ କରିଛନ୍ତି । ଆଇପ୍ୟାଡ୍‌ ଉପରେ ଖାଇସାରିବା ପରେ ଏହାକୁ ଭଲଭାବରେ ପରିଷ୍କାର କରାଯାଇଥାଏ । ଏହା ସହ ବିଶେଷଜ୍ଞଙ୍କ ପରାମର୍ଶରେ ସେ ଏହି ପଦକ୍ଷେପ ନେଇଛନ୍ତି । ଗ୍ରାହକଙ୍କ ସ୍ୱାସ୍ଥ୍ୟ ହାନି ହେବାର ଆଶଙ୍କା ଏଥିରେ ଆଦୋðð ନାହିଁ ବୋଲି ରେସ୍ତୋରାଁ ମାଲିକ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.