ଭୁବନେଶ୍ୱର, ୧୩/୧୧: ଓଡ଼ିଆ ସଙ୍ଗୀତ ଦୁନିଆର ମହାନ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ୭୮ ବର୍ଷ ବୟସରେ ପରଲୋକ ଘଟିଛି । କଟକର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଓଡ଼ିଆ ସିନେମା ଓ ସଂଗୀତର ଏହି ଲୋକପ୍ରିୟ ଗାୟକଙ୍କର ୭୮ ବର୍ଷ ବୟସରେ ରାତି ୨ଟା ସମୟରେ ପରଲୋକ ଘଟିଛି । ଚିତ୍ତ ଜେନାଙ୍କ ଦୁଇ ବଷର୍ଷତଳେ ଓପନ୍ ହାର୍ଟ ସର୍ଜରି କରାଯାଇଥିଲା । ମୃତୁ୍ୟଶଯ୍ୟା ନିକଟରେ ଜାମାତା ତଥା ଅଭିନେତା ମିହିର ଦାସ, ଦୁଇ ପୁଅ ସୁଚନ୍ଦନ, ସୁନନ୍ଦନ, ନାତି ଅମ୍ଳାନ, ଅକ୍ଳାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର, ଭୁବନ- ହରି, ଉପେନ୍ଦ କୁମାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ବହୁ ଲୋକପ୍ରିୟ ଗୀତରେ ସେ କଣ୍ଠଦାନ କରିଥିଲେ ଚିତ୍ତ ଜେନା ।