ଲକ୍ଷ୍ନୌ, ୨୪/୧୨: ଆହ୍ଲାବାଦରେ ସମ୍ରାଟ ଆକବର ନିର୍ମାର କରାଇଥିବା ଦୁର୍ଗରେ ମାତା ସରସ୍ୱତୀ ଓ ରୁଷି ଭରଦ୍ୱାଜଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ ବୋଲିି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି । ପୂଜାର୍ଚ୍ଚନା ନିମନ୍ତେ ଏଥର ପ୍ରଥମ କରି ଅକ୍ଷୟ ବଟ ଏବଂ ସରସ୍ୱତୀ କୂପ କୁମ୍ଭମେଳା ସମୟରେ ଓ ପରେ ଖୋଲା ରହିବ । ଲକ୍ଷ୍ନୌରେ ଯୁବ କୁମ୍ଭର ଉଦ୍ଘାଟନ ସମାରୋହରେ ଯୋଗୀ ଆଦିତ୍ୟ ନାଥ କହିଲେ, ଏଥର ପ୍ରଥମ କରି ଅକ୍ଷୟ ବଟ ଏବଂ ସରସ୍ୱତୀ କୂପ କୁମ୍ଭମେଳା ସମୟରେ ଖୋଲା ରହିବ । ମୋଗଲ ସମ୍ରାଟ ଆକବର ସେଠାରେ ଦୁର୍ଗ ନିର୍ମାଣ କରାଇଥିବା କାରଣରୁ ଲୋକେ ସେଠାରେ ପୂଜାର୍ଚ୍ଚନା କରି ପାରୁ ନ ଥିଲେ । ପ୍ରୟାଗରାଜଠାରେ ବୈଚାରିକ କୁମ୍ଭରେ ସମସ୍ତ ପ୍ରମୁଖ ସନ୍ଥ ଅଂଶ ଗ୍ରହଣ କରିବେ ।