ଆକାଶ ମାର୍ଗରୁ ନିଖୋଜ ହୋଇ ଯାଇଥିବା ବାୟୁସେନା ବିମାନରେ ସମସ୍ତ ୧୩ ଜଣଙ୍କର ମୃତ୍ୟୁ : ଓଡ଼ିଶାରୁ ସୁନୀତ ମହାନ୍ତି

0

ଭଞ୍ଜନଗର,୧୩/୬ : ଜୁନ୍‌-୩ ତାରିଖରେ ଆସାମର ଯୋରହାଟରୁ ଯାତ୍ରା ଆରମ୍ଭ କରିବା ପରେ ହଠାତ ଆକାଶ ମାର୍ଗରୁ ନିଖୋଜ ହୋଇ ଯାଇଥିବା ବାୟୁସେନା ବିମାନ ଏଏନ୍‌-୩୨ର ଗତକାଲି ପତ୍ତା ମିଳିଥିଲା । ଅରୁଣାଚଳ ପ୍ରଦେଶରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନରେ ସର୍ବମୋଟ ୧୩ଜଣ ଯାତ୍ରୀ ଥିବା ବେଳେ ସମସ୍ତଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ଏହି ୧୩ ଜଣଙ୍କ ମଧ୍ୟରେ ଓଡ଼ିଶାର ଫ୍ଲାଇଟ୍‌ ଲେପ୍ଟନାଣ୍ଟ ସୁନୀତ ମହାନ୍ତି ବି ଥିବା ସୂଚନା ମିଳିଛି।

ବାୟୁସେନା ବିମାନ ଏଏନ୍‌-୩୨ର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଓଡ଼ିଶାର ଫ୍ଲାଇଟ୍‌ ଲେପ୍ଟଟାଣ୍ଟ ସୁନୀତ ମହାନ୍ତି ଚେନ୍ନାଇର ସେନା ହସ୍‌ପିଟାଲ୍‌ରେ ୦୭,୧୧,୧୯୯୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ଏୟାର ଫୋର୍ସ ସ୍କୁଲ ଓ କେନ୍ଦ୍ରୀୟ ବିଦ୍ୟାଳୟରେ ସ୍କୁଲ ପଢ଼ା ଶେଷ କରି ଜାମସେଦପୁରର ଏନ୍‌ଆଇଟିରେ ବିଟେକ ପଢ଼ିଥିଲେ। ଏହାପରେ ସେ ୨୦୧୪ ମସିଆରେ ଭାରତୀୟ ବାୟୁସେନାରେ ଫ୍ଲାଇଙ୍ଗ ପାଇଲଟ ଭାବେ ଯୋଗ ଦେଇ ତାଙ୍କ ସ୍ୱପ୍ନକୁ ପୂରା କରିଥିଲେ। ଯେହେତୁ ବାପା ସୁରେନ୍ଦ୍ର ମହାନ୍ତି ବାୟୁସେନାରେ କାର୍ଯ୍ୟ କରୁଥିଲେ ତେଣୁ ସୁନୀତଙ୍କର ପିଲା ବେଳୁ ବିମାନ ଉଡାଇବାର ଆକାଂକ୍ଷା ଥିଲା।

ନିଜର ଶାନ୍ତ ଓ ସରଳ ସ୍ୱଭାବ ଯୋଗୁଁ କର୍ମକ୍ଷେତ୍ରରେ ସମସ୍ତଙ୍କର ପ୍ରିୟ ଥିଲେ ସୁନୀତ। ଏଥିସହ କର୍ମକ୍ଷେତ୍ରରେ ଓ ଦେଶ ପ୍ରତି ଥିବା କର୍ତ୍ତବ୍ୟରେ କେବେ ହେଲେ ହେଳା କରିଥିବା ନଜୀର ନାହିଁ । କିଏ ଜାଣିଥିଲା ତାଙ୍କ ସହ ବିଧାତା ଏପରି ଖେଳ ଖେଳିବ ବୋଲି ! ସେ ନିଜ ସ୍ୱପ୍ନକୁ ସକାର କରିବା ପାଇଁ ଯେଉଁ ପେସା ବାଛିଥିଲେ, ସେଥିରେ କର୍ତ୍ତବ୍ୟ ପାଳନ କରିବା ସମୟରେ ସବୁଦିନ ପାଇଁ ଆଖିବୁଜି ଦେଇଛନ୍ତି।

ପୁଅର ମୃତ୍ୟୁ ଖବର ଶୁଣିବା ପରେ ସ୍ତବ୍ଧ ହୋଇଯାଇଥିଲେ ସୁନୀତ ମହାନ୍ତିଙ୍କ ପରିବାର ଲୋକ। ସୁନୀତଙ୍କ ପିତା ସୁରେନ୍ଦ୍ର ମହାନ୍ତି କହନ୍ତି,‘ମୁଁ ବାୟୁ ସେନାକୁ ଭଲ ପାଏ। ତେଣୁ ମୋର ପୁଅ ବି ଭଲପାଉଥିଲା ବାୟୁସେନାକୁ । ପ୍ରତ୍ୟେକ ଆମ ସେନା ପାଇଁ ଗର୍ବ ଅନୁଭବ କରିବା କଥା, ସେମାନଙ୍କ ମଙ୍ଗଳକାମନା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା କଥଶ। ଦେଶର ସେବା କରୁଥିବା ସମୟରେ ମୋର ପୁଅର ଜୀବନ ଯାଇଛି। ଯେଉଁଥିପାଇଁ ମୁଁ ଆଜି ନିଜକୁ ଗର୍ବିତ ମନେ କରୁଛି।’

ଉଲ୍ଲେଖଯୋଗ୍ୟ, ଆଜି ସକାଳେ ବାୟୁସେନାର ୮ଜଣିଆ ଉଦ୍ଧାରକାରୀ ଦଳ ଦୁର୍ଘଟଣାଗ୍ରସ୍ତ ସ୍ଥାନରେ ପହଞ୍ଚି ଛାନଭିନ କରିଥିଲେ । ଘଟଣାସ୍ଥଳରେ କେହି ବଞ୍ଚି ନ ଥିବା ସାମ୍ନାକୁ ଆସିଥିଲା। ମୃତକମାନଙ୍କ ମଧ୍ୟରେ ଉଇଙ୍ଗ କମାଣ୍ଡର ଜିଏମ୍‌ ଚାଲର୍ସ, ସ୍କ୍ଵାର୍ଡନ ଲିଡର ଏଚ୍‌ ବିନୋଦ, ଫ୍ଲାଇଟ୍‌ ଲେପ୍ଟଟାଣ୍ଟ ଆର୍‌ ଥାପା, ଫ୍ଲାଇଟ୍‌ ଲେପ୍ଟନାଣ୍ଟ ଏ ତନଓ୍ଵର, ଫ୍ଲାଇଟ୍‌ ଲେପ୍ଟଟାଣ୍ଟ ଏମେ୍‌.କ ଗର୍ଗ, ଓ୍ଵାରେଣ୍ଟ ଅଫିସର କେ କେ ମିଶ୍ର, ସାର୍ଜେଣ୍ଟ ଅନୁପ କୁମାର, କର୍ପୋରାଲ ଶେରିନ୍‌, ଲିଡ୍‌ ଏୟାରକ୍ରଫ୍‌ଟ ମ୍ୟାନ୍‌ ଏସ.କେ. ସିଂହ, ଲିଡ୍‌ ଏୟାରକ୍ରଫ୍‌ଟ ମ୍ୟାନ୍‌ ପଙ୍କଜ, ଅଣ ସାମରିକ କର୍ମଚାରୀ ରଜେଶ କୁମାର ଅଛନ୍ତି ବୋଲି ଜଣାପଡ଼ିଛି।

Leave A Reply

Your email address will not be published.