* କମ୍ପୁ୍ୟଟରରେ କାମ କରିବା ସମୟରେ ମନିଟର୍ ଏବଂ ଆଖି ମଧ୍ୟରେ ପାଖାପାଖି ଦେଢରୁ ଦୁଇ ମିଟର ଦୂରତା ରହିବା ଆବଶ୍ୟକ ।
* କମ୍ପୁ୍ୟଟର ସ୍କ୍ରିନର ଉପରି ଭାଗ ଅଂଶ ଆଖିର ସ୍ତରଠାରୁ ଉପରେ ରହିବା ଉଚିତ୍ । ମନିଟରକୁ ଲଗାତର ଭାବେ ଚାହିଁ ରୁହ;ୁ ନାହିଁ । ସମୟ ସମୟ ମଧ୍ୟରେ ଆଖି ପଲକ ପକାଇବା ଉଚିତ୍ ।
* ଯଦି ଆପଣ ଚଷମା ବ୍ୟବହାର କରୁଛନ୍ତି ତେବେ କମ୍ପୁ୍ୟଟର କିମ୍ବା ମୋବାଇଲ ବ୍ୟବହାର କରୁଥିବା ସମୟରେ ଏହାକୁ ପିନ୍ଧିବାକୁ ଜମା ଭୁଲ;ୁ ନାହିଁ । ଏଥିସହ ସବୁବେଳେ ଚଷମାର ପାୱାର ଯାଞ୍ଚ କରିବାକୁ ମଧ୍ୟ ଭୁଲ;ୁ ନାହିଁ ।
* ଆଖିରେ ଦିନକୁ ୧-୨ ଥର ଗୋଲାପ ଜଳ ପକାଇଲେ ଭଲ ।
* ଆଖିକୁ ବିଶ୍ରାମ ଦେବା ପାଇଁ ୨୦ ମିନିଟ୍ କମ୍ପୁ୍ୟଟର ସ୍କ୍ରିନରେ ଫୋକସ୍ ଏବଂ ଆଉ ୨୦ ମିନିଟ୍ ବାହାରର ପ୍ରାକୃତିକ ପରିବେଶକୁ ଅନୁଭବ କରିବା ଦରକାର ।
* ଲଗାତର ଭାବେ ଘଣ୍ଟା ଘଣ୍ଟା ଧରି କମ୍ପୁ୍ୟଟର ପାଖରେ ବସି କାମ କରିବା ଉଚିତ୍ ନୁହେଁ । ସମୟେ ସମୟେରେ ବାହାରକୁ ହେଉ କିମ୍ବା ଘର ଭିତରେ ଏଣେତେଣେ ବୁଲାବୁଲି କରିବା ଉଚିତ୍ ।
* ଅଧିକ ସମୟ ଧରି କମ୍ପୁ୍ୟଟର ପାଖରେ ବସୁଥିଲେ ମଝିରେ ମଝିରେ ଥଣ୍ଡା ପାଣିରେ ଆଖିକୁ ଭଲ ଭାବରେ ଧୋଇବା ଉଚିତ୍ ।
Next Post