ଆଙ୍ଗୁଳିରୁ ଦର୍ଶାଇବ ଆର୍ଥିକସ୍ଥିତି

0

ଅଜସ୍ର ଧନ-ସମ୍ପତ୍ତି ସମସ୍ତଙ୍କ ଭାଗ୍ୟରେ ନଥାଏ । କାର୍ଯ୍ୟଦକ୍ଷତା ତଥା ନିଜର ବୁଦ୍ଧିମତା ଦ୍ୱାରା ଜଣେ ଧନସମ୍ପତ୍ତି ହାସଲ କରିବାରେ ସକ୍ଷମ ହୋଇଥାନ୍ତି । ହସ୍ତରେଖାରୁ ମଧ୍ୟ ଜଣେ ଲୋକର ଆର୍ଥିକସ୍ଥିତି କିପରି ହେବ ତାହା ଜାଣିହୁଏ ବୋଲି ସମୁଦ୍ର ଶାସ୍ତ୍ରରେ ଉଲ୍ଲେଖ ଅଛି । ଅଙ୍ଗୁଳିର ଗଠନରୁ ଆପଣଙ୍କର ଆର୍ଥିକସ୍ଥିତି କିପରି ହେବ ତାହା ଜାଣି ହୋଇଥାଏ ବୋଲି ଜ୍ୟୋତିଷଶାସ୍ତ୍ରୀମାନେ କୁହନ୍ତି ।
* ଅନାମିକା ଆଙ୍ଗୁଳି ଓ କନିଷ୍ଠା ଆଙ୍ଗୁଳିକୁ ଯୋଡି ରଖିବା ପରେ ଯଦି ସେଥିରେ ଫାଙ୍କ ରହୁଛି ତେବେ ବୃଦ୍ଧାବସ୍ଥାରେ ଆପଣଙ୍କର ଅର୍ଥାଭାବ ଦେଖାଯିବ ।
*ଏଭଳି ଫାଙ୍କ ଯଦି ମଧ୍ୟମା ଆଙ୍ଗୁଳି ଓ ଅନାମିକା ଆଙ୍ଗୁଳି ମଧ୍ୟରେ ଦେଖାଯାଉଛି ତେବେ ଯୁବାବସ୍ଥାରେ ଜଣକର ଆର୍ଥିକ ସଙ୍କଟ ଦେଖାଯାଏ ।
*ମଧ୍ୟମା ଆଙ୍ଗୁଳି ଓ ତର୍ଜନୀ ଆଙ୍ଗୁଳି ମଧ୍ୟରେ ଏପରି ଫାଙ୍କ ରହିଲେ ଜଣେ ଲୋକ ବାଲ୍ୟକାଳରେ ଆର୍ଥିକ ସମସ୍ୟା ମଧ୍ୟରେ ଗତି କରନ୍ତି ।
*ଯେଉଁମାନଙ୍କର ଆଙ୍ଗୁଳିରେ ଫାଙ୍କ ନଥାଏ ସେମାନେ ଧନବାନ୍‌ ହୋଇଥାନ୍ତି ।
*ଯେଉଁ ଲୋକମାନଙ୍କର ହାତର ଆଙ୍ଗୁଳିଗୁଡ଼ିକ ଲମ୍ବାଳିଆ ହୋଇଥାଏ ସେମାନେ ଧନବାନ୍‌ ହୋଇଥାନ୍ତି ।
*ଯେଉଁ ଲୋକମାନଙ୍କର ମଧ୍ୟମା ଆଙ୍ଗୁଳି ଓ ଅନାମିକା ଆଙ୍ଗୁଳିର ଆକାର ସମାନ ହୋଇଥିଲେ ସେମାନେ ବୁଦ୍ଧିମାନ୍‌, କଳାକାର, ବିଦ୍ୱାନ୍‌ ଓ ବିଚାରଶୀଳ ହୋଇଥାନ୍ତି । ଏମାନେ ଏହି କ୍ଷେତ୍ରରେ ଅର୍ଥ ଲାଭ କରନ୍ତି ।
* ଯେଉଁମାନଙ୍କର ଅନାମିକା ଆଙ୍ଗୁଳି ସିଧା ଓ ଲମ୍ବାଳିଆ ହୋଇଥାଏ ସେମାନେ ଧନ କମାଇବା ମାମଲାରେ କୁଶଳୀ ହୋଇଥାନ୍ତି ।
* ଯେଉଁ ଲୋକମାନଙ୍କର ଅନାମିକା ଆଙ୍ଗୁଳି ତର୍ଜନୀ ଆଙ୍ଗୁଳିଠାରୁ ଲମ୍ବା ହୋଇଥାଏ ଓ ଆଙ୍ଗୁଳିର ସମ୍ମୁଖ ଭାଗ ଚେପ୍‌ଟା ହୋଇଥାଏ ସେଭଳି ଲୋକେ ଧନବାନ୍‌ ହେବା ସହ ମାନସମ୍ମାନର ଅଧିକାରୀ ହୋଇଥାନ୍ତି ।

Leave A Reply

Your email address will not be published.