ଭୁବନେଶ୍ୱର, ୨୧/୧୨ : ରାଜ୍ୟ ସରକାରଙ୍କ ଗୁରୁତ୍ୱପୁର୍ଣ୍ଣ କ୍ୟାବିନେଟ୍ ବୈଠକ ଆଜି ଅପରାହ୍ନ ସାଢେ ୪ ଟାରେ ଅନୁଷ୍ଠିତ ହେବ । ଏହି କ୍ୟାବିନେଟ୍ ବୈଠକରେ ୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିବ ବୋଲି ଜଣା ପଡିଛି । ତେବେ ଏଥିରେ ଚାଷୀ ସମସ୍ୟା ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ମିଳିଛି । ଚାଷୀ ସମସ୍ୟାକୁ ନେଇ କିଛି ଗୁରୁତ୍ୱପୁର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମଧ୍ୟ ଲାଗିବାର ସମ୍ଭାବନା ରହିଛି । ଚାଷୀମାନେ ଦୀର୍ଘଦିନ ଧରି ନିଜ ମୌଳିକ ଅଧିକାରକୁ ନେଇ ଧର୍ମଘଟ କରିଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳଗୁଡିକ ମଧ୍ୟ କୃଷି ଋଣ ଛାଡ ଏବଂ ଏମଏସପିରେ ବୃଦ୍ଧି ପାଇଁ ଦାବି କରୁଛନ୍ତି । ଏହା ବ୍ୟତୀତ ମଧ୍ୟ ପ୍ରଦେଶ. ରାଜସ୍ଥାନ ଏବଂ ଛତିଶଗଡ ନିର୍ବାଚନରେ ଚାଷୀଙ୍କୁ ଖୁସି କରିବାରେ ବିଫଳ ହୋଇ ବିଜେପି ପରାସ୍ତ ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ରାଜ୍ୟ ସରକାର ଏଦିଗରେ କିଛି ଆଗୁଆ ପଦକ୍ଷେପ ନେବାର ଯୋଜନାରେ ଥିବା ଜଣା ପଡିଛି । ତେଣୁ ଚାଷୀଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ ଧରଣର ନିଷ୍ପତ୍ତି ନିଆଯାଉଛି, ଯାହା କ୍ୟାବିନେଟ୍ ଜରିଆରେ ପୁରଣ ହେବ ବୋଲି ଜଣାପଡିଛି ।