ଆଜି ତାମିଲନାଡୁରେ ପହଁଚିବ ‘ଗଜ’

0

ଚେନ୍ନାଇ, ୧୫/୧୧ : ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବାତ୍ୟା ‘ଗଜ’ ଆଜି ତାମିଲନାଡୁର କଡାଲୁର ଓ ପାମ୍ବନ ମଝିରେ ଉପକୂଳ ଛୁଇଁବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସହ ଅତି ବେଗରେ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଏହାକୁ ଆଖିରେ ରଖି ପୂରା ରାଜ୍ୟରେ ହାଇ ଆଲର୍ଟ ଜାରୀ କରାଯାଇଛି । ମତ୍ସଜିବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଏହା ସହିତ ରାଜ୍ୟର ୬ଟି ଜିଲ୍ଲାର ସମସ୍ତ ସ୍କୁଲ ଏବଂ କଲେଜକୁ ବନ୍ଦ ରଖିବାର ଆଦେଶ ଦିଆଯାଇଛି । ଅନ୍ୟପକ୍ଷରେ ପରିସ୍ଥିତିର ମୁକାବିଲା କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ଉଦ୍ଧାରକାରୀ ଦଳକୁ ସଜାଗ ରଖାଯାଇଛି । ରିଲିଫ୍‌ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ନୌସେନା, ଏନïିଆର୍‌ଏଫ୍‌, ଏସïିଆର୍‌ଏଫ୍‌ ଏବଂ ଅନ୍ୟାନ୍ୟ ଏଜେନ୍ସି ସବୁ ପ୍ରସ୍ତୁତ ହୋଇ ରହିଛନ୍ତି ।

Leave A Reply

Your email address will not be published.