ଆଜି ପବିତ୍ର ମକର ସଂକ୍ରାନ୍ତି, ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ

0

ଭୁବନେଶ୍ୱର,୧୪/୧: ଆଜି ପବିତ୍ର ମକର ସଂକ୍ରାନ୍ତି । ଓଡିଆ ସଂସ୍କୁତିରେ ବାରମାସରେ ତେରପର୍ବ ପାଳନ ହେଉଥିବାବେଳେ ଆଜିର ଦିନଟି ଓଡିଆଙ୍କ ପାଇଁ ବିଶେଷ ଅଟେ । ଆଜିଠାରୁ ସୂର୍ଯଙ୍କର ଉତ୍ତରାୟଣ ଗତି ଆରମ୍ଭ ହେବା ସହ ମକର ରାଶିରେ ସୂର୍ଯ ପ୍ରବେଶ କରିଥାନ୍ତି । ଆଜିଠାରୁ ଦିନ ଧିରେ ଧିରେ ବଡ ହୋଇଥାଏ । ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିବାବେଳେ ଭକ୍ତଙ୍କର ପ୍ରବଳ ଭିଡ ଲାଗି ରହିଛି ।

ଆଜି ଭୋରରୁ ଦେବାଳୟ ମାନଙ୍କରେ ଶ୍ରଦ୍ଧାଳୁଙ୍କର ଭିଡ ଲାଗି ରହିବା ସହ ପ୍ରତି ଓଡିଆଙ୍କ ଘରେ ମକର ଚାଉଳ ପ୍ରସ୍ତୁତ ହୋଇଥିବା ଦେଖାଯାଇଛି । ଚାଉଳ, ଛେନା, ନଡିଆ, ଗୁଡ, କର୍ପୂର, କଦଳୀ, ଗୋଲମରିଚ ଇତ୍ୟାଦିକୁ ନେଇ ଓଡିଆମାନେ ମକର ଚାଉଳ ପ୍ରସ୍ତୁତ କରିଥାନ୍ତି । ଏହି ପର୍ବ ଅବସରରେ ଖୋର୍ଦ୍ଧ ଅଟ୍ରିରେ ମକର ମେଳା ଆଜିଠାରୁ ଆରମ୍ଭ ହୋଇଛି । ଏଠାରେ ମାନସିକଧାରୀ ମହିଳା ମାନଙ୍କର ଭିଡ ଲାଗି ରହିଥାଏ । ଏହି ଦିନ ଅଟ୍ରି ପୁଷ୍କରିଣୀରୁ ଗୁଆ ପାଉଥିବା ମହିଳା ମାନେ ଏକବର୍ଷ ମଧ୍ୟରେ ସନ୍ତାନ ପ୍ରାପ୍ତି କରିବାର ବିଶ୍ୱାସ ରହିଛି ।

ଉତ୍ତର ଓଡିଶାରେ ଏହାକୁ ଗଣପର୍ବ ଭାବରେ ପାଳନ କରାଯାଇଥାଏ । କେନ୍ଦୁଝର, ମୟୁରଭଂଜ ସହ ବାଲେଶ୍ୱରର ଆଦିବାସୀମାନଙ୍କ ପାଇଁ ଆଜିଠାରୁ ନୁତର ବର୍ଷର ଆରମ୍ଭ ହେଉଥିବା ସେମାନେ ବିଶ୍ୱାସ କରିଆନ୍ତି । ଆଦିବାସୀମାନେ ମକର ବୁଡ ପକାଇବା ସହ ନୂଆବସ୍ତ୍ର ପରିଧାନ କରିବା ସହ ପିଠାପଣାର ମଜା ନେଇଥାନ୍ତି । ବିଭିନ୍ନ ସ୍ଥାନରେ ସାତଦିନ ଧରି ମେଳା ଅନୁଷ୍ଠିତ ହୋଇଥାଏ । ଆନ୍ଧ୍ରପ୍ରଦେଶରେ ଏହାକୁ ପୋଙ୍ଗଲ, ପଂଜାବରେ ଲହରୀ , ଆସାମରେ ବିହୁ, ପଶ୍ଚିମବଙ୍ଗରେ ପୌଷ ସଂକ୍ରାନ୍ତି ଭାବରେ ଭାବରେ ପାଳନ କରାଯାଏ ।

Leave A Reply

Your email address will not be published.