ନୂଆଦିଲ୍ଲୀ, ୨୧/୧୧ : ଆଣ୍ଡାମାନ-ନିକୋବର ଦ୍ୱୀପରେ ଜଣେ ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା କରିଥିବା ମାମଲାରେ ପୋଲିସ ବାହ୍ୟ ଜଗତରୁ ଦୂରେଇ ରହୁଥିବା ‘ସେଣ୍ଟିନେଲିଜ୍’ ସଂରକ୍ଷିତ ଜନଜାତି ସମୂହର ୭ ଜଣଙ୍କୁ ଗିରଫ କରିଛ । ନିହତ ଆମେରିକୀୟ ଜଣକ ୨୩ ବର୍ଷିୟ ଜନ୍ ଆଲେନ୍ ଚାଉ ବୋଲି ଜଣା ପଡିଛି । ତେବେ ପୋଲିସ ସେମାନଙ୍କ ବିରୋଧରେ ନରହତ୍ୟା ମାମଲା ରୁଜୁ କରିଛି । ଆମେରିକୀୟ ନାଗରୀକଙ୍କ ଶବ ଆଣ୍ଡାମାନ ଦ୍ୱୀପର ଅଂଶବିଶେଷ ଉତ୍ତର ସେଣ୍ଟିନେଲ୍ ଦ୍ୱୀପରୁ ଉଦ୍ଧାର କରାଯାଇଛି । ତେବେ ଶବ ସଂପର୍କରେ ସ୍ଥାନୀୟ ମସ୍୩ୟଜୀବୀମାନେ ପୋଲିସକୁ ସୂଚନା ଦେଇଥିଲେ । ସେଣ୍ଟିନେଲ୍ ଦ୍ୱୀପରେ ବସବାସ କରୁଥିବା ଏହି ଜନଜାତୀ ଖୁବ୍ ହିଂସ୍ର ପ୍ରକୃତିର ବୋଲି ମନାଯାଏ । ପ୍ରଶାନ୍ତ ମହସାଗରର ଉତ୍ତର ସେଣ୍ଟିନେଲ୍ ଦ୍ୱୀପରେ ଏହି ଜନଜାତି ବସବାସ କରନ୍ତି ଏବଂ ଏମାନେ ବାହ୍ୟଜଗତ ସହ କୌଣସି ସଂପର୍କ ରଖନ୍ତି ନାହିଁ । ତେବେ ଚାଉ ଜଣେ ଧର୍ମଯାଜକ ଏବଂ ଖ୍ରୀଷ୍ଟ ଧର୍ମ ପ୍ରଚାରକ । ସେ ଧର୍ମ ପ୍ରଚାର ପାଇଁ ସେଣ୍ଟିନେଲୀୟମାନଙ୍କୁ ଭେଟିବାକୁ ଚାହୁଁଥିଲେ ।