ଆଣ୍ଡାମାନ୍‌ ଓ ନିକୋବରର ୩ ଦ୍ୱୀପର ନାମ ପରିବର୍ତ୍ତନ

0

ପୋର୍ଟ ବ୍ଲେୟାର, ୩୧/୧୨: ଆଣ୍ଡାମାନ୍‌ ଓ ନିକୋବର ଦ୍ୱୀପପୁଞ୍ଜର ୩ଟି ଦ୍ୱୀପର ନା ପରିବର୍ତ୍ତନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଣ୍ଡାମାନ ଗସ୍ତରେ ଥିବାବେଳେ ଏହି ନୂଆ ନାମକରଣ ସମ୍ପର୍କରେ ବିଧିବଧ ଘୋଷଣା କରିଛନ୍ତି । ଏଠାରେ ଥିବା ରସ୍‌ ଆଇଲ୍ୟାଣ୍ଡର ନାମ ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପ’, ନୀଲ୍‌ ଆଇଲ୍ୟାଣ୍ଡ ‘ସହିଦ ଦ୍ୱୀପ’ ଏବଂ ହେଭଲକ୍‌ ଆଇଲ୍ୟାଣ୍ଡ ‘ସ୍‌ୱରାଜ ଦ୍ୱୀପ’ ନାମରେ ନାମିତ ହୋଇଛି । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏକ ସ୍ମାରକୀ ଷ୍ଟାମ୍ପ ଏବଂ ୭୫ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିଥିଲେ । ଏଠାରେ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

Leave A Reply

Your email address will not be published.