ଆତଙ୍କବାଦକୁ ନେଇ ଥଟ୍ଟା କରି ଅଡୁଆରେ ଯୁବକ

0

କୋଲ୍‌କାତା, ୨୬/୧୧ : କୋଲକାତାଠାରୁ ମୁମ୍ବାଇ ଯାଉଥିବା ଜେଟ ଏୟାରେୱଜର ଏକ ବିମାନରେ ସୋମବାର ପରିହାସରେ କରିଥିବା ଏକ ଟେକ୍ସଟ୍‌ ମେସେଜ୍‌ ଯୋଗୁଁ ବିଶୃଙ୍ଖଳା ସୃଷ୍ଟି ହୋଇଛି । ମୁମ୍ବାଇ ଯାତ୍ରା କରୁଥିବା ଏହି ବିମାନରେ ବସିଥିବା ଜଣେ ଯୁବକ ନିଜ ବନ୍ଧୁଙ୍କୁ ବିମାନରେ ଆତଙ୍କବାଦୀ ଅଛନ୍ତି ବୋଲି ପରିହାସରେ ମେସେଜ୍‌ କରିଥିଲେ । ଯୁବକଙ୍କର ଏହି କାର୍ଯ୍ୟକଳାପକୁ ସତ ଭାବି ତାଙ୍କ ନିକଟରେ ବସିଥିବା ଜଣେ ସହଯାତ୍ରୀ ଦେଖି ବିମାନର କୃମେମ୍ବରଙ୍କୁ ଏହାର ସୁଚନା ଦେଇଥିଲେ । ଏହା ପରେ ସେହି ଯୁବକଙ୍କୁ ଗିରଫ କରାଯାଇଥିଲା । ଜୋ ପୋଦ୍ଦାର ନାମକ ଜଣେ ଯୁବକ ଜେଟ ଏୟାରେୱଜର ବିମାନ ୯୪୭୨ରେ ମୁମ୍ବାଇ ଯାତ୍ରା କରିବା ପାଇଁ ନିଜର ପାଞ୍ଚ ଜଣ ସାଥୀଙ୍କ ସହ ବିମାନରେ ଚଢିଥିଲେ । ତେବେ ପୋଦ୍ଦାର ନିଜ ସିଟରେ ବସିବା ପରେ ନିଜ ମୁହଁକୁ ରୁମାଲରେ ଢାଙ୍କି ଦେଇଥିଲେ ଏବଂ ୱାଟସଏପରେ ମେସେଜ ପଠାଇବା ଆରମ୍ଭ କରିଦେଇଥିଲେ । ପୋଦ୍ଦାରଙ୍କ ନିକଟରେ ବସିଥିବା ଜଣେ ବ୍ରିଟିସ ଯାତ୍ରୀଙ୍କୁ ତାଙ୍କ ଗତିବିଧି ଉପରେ ସନ୍ଦେହ ହୋଇଥିଲା । ବିମାନରେ ଆତଙ୍କବାଦୀ ଥିବା ମେସେଜ ତାଙ୍କ ଦ୍ୱାରା ପଠାଯାଇଥିବା ମେସେଜ ମଧ୍ୟରେ ଗୋଟିଏ ଥିଲା । ବ୍ରିଟିସ ଯାତ୍ରୀ ଜଣଙ୍କ ପାଇଲଟ୍‌କୁ ଜଣାଇବା ପରେ ସୁରକ୍ଷାକର୍ମୀମାନେ ସଙ୍ଗେସଙ୍ଗେ ସେଠାରେ ପହଞ୍ଚି ପୋଦ୍ଦାରଙ୍କୁ ଉଠାଇ ନେଇଥିଲେ । ତାଙ୍କ ବ୍ୟାଗ୍‌ ମଧ୍ୟ ଆଉ ଥରେ ଚେକିଂ କରାଯାଇଥିଲା । ପୋଦ୍ଦାରଙ୍କୁ ପଚାରା ଉଚାରା କରିବାରୁ ସେ ଥଟ୍ଟାରେ ଏପରି କରିଥିବା କହିଛନ୍ତି । ତେବେ ସେତେବେଳକୁ ସମଗ୍ର ବିମାନ ବନ୍ଦରରେ ହାଇ ଆଲର୍ଟ ଜାରୀ କରାଯାଇଥିଲା ।

Leave A Reply

Your email address will not be published.