ଆତଙ୍କବାଦୀ ଗୁଳିରେ ଦୁଇ ମୃତ

0

ଶ୍ରୀନଗର, ୫/୧୦: ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିରେ ଦୁଇ ଜଣ ନାଗରିକ ପ୍ରାଣ ହରାଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଶ୍ରୀନଗର କେନ୍ଦ୍ରସ୍ଥଳରେ ଶୁକ୍ରବାର ସକାଳେ ଘଟିଛି ଏହି ଘଟଣା । ମୃତକ ଦୁଇଜଣ ନ୍ୟାସନାଲ୍‌ କନ୍‌ଫରେନ୍‌ସ କର୍ମୀ ବୋଲି ଜଣାପଡ଼ିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍‌ତି ଓ ଓମାର ଅବଦୁଲ୍ଲା ଘଟଣାର ତୀବ୍ର ନିନ୍ଦା କରିଛନ୍ତି । ଆତଙ୍କବାଦୀମାନେ କାରଫାଲି ମୋହାଲା ଅଞ୍ଚଳରେ ଏହି କାଣ୍ଡ ଭିଆଇଛନ୍ତି । ଖୁବ୍‌ ନିକଟରୁ ସେମାନେ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ଆକ୍ରମଣ ଘଟଣା ପଛରେ ହିଜବୁଲ୍‌ ମୁଜାହିଦ୍ଦିନ ସଂଗଠନର ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି ।

Leave A Reply

Your email address will not be published.