ମୁମ୍ବାଇ,୨୪/୧୦: ଠାକରେ ପରିବାର ପାଇଁ ଇତିହାସ ସୃଷ୍ଟି କରିଛନ୍ତି ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ। ଦୀର୍ଘ ବର୍ଷ ଧରି ମହାରାଷ୍ଟ୍ର ରାଜନୀତିରେ ନିଜର ଦବଦବା ଦେଖାଇ ଆସିଥିବା ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଆଦିତ୍ୟ ଠାକରେ ଚଳିତ ବର୍ଷ ନିର୍ବାଚନ ଲଢ଼ିଥିଲେ।
ଶିବସେନାର ପ୍ରାର୍ଥୀ ହୋଇଥିବା ଆଦିତ୍ୟଙ୍କୁ ବିଜେପି ସମର୍ଥନ କରିଥିଲା। ସେ ୱର୍ଲି ଆସନରୁ ପ୍ରାର୍ଥୀ ହୋଇଥିଲେ। ଆଜି ଭୋଟ ଗଣତି ଆରମ୍ଭ ହେବାଠାରୁ ହିଁ ଆଦିତ୍ୟ ଆଗରେ ରହିଥିଲେ। ତାଙ୍କୁ ଏହି ଆସନରେ ଏନ୍ସିପି ନେତା ସୁରେଶ ମାନେ ଟକ୍କର ଦେଉଥିଲେ। ହେଲେ ଆଦିତ୍ୟ ତାଙ୍କୁ ପଛରେ ପକାଇ ୬୭ ହଜାରରୁ ଅଧିକ ଭୋଟରେ ବିଜୟ ଲାଭ କରିଛନ୍ତି।
ଏହି ୱର୍ଲି ଆସନଟି ଶିବସେନାର ଗଡ଼ ଭାବେ ପରିଚିତ। ଏଠାରେ ୨୦୧୪ରେ ଶିବସେନା ୬୦ ହଜାର ଭୋଟରେ ବିଜୟ ଲାଭ କରିଥିଲା।