ଆନିମେଟେଡ୍‌ ନିଉଜ୍‌ ଆଙ୍କର

0

ଚୀନ୍‌ ସରକାରୀ ନୁ୍ୟଜ ଚ୍ୟାନେଲରେ ଆପଣଙ୍କୁ କିଛି ଏପରି ଦେଖିବାକୁ ମିଳିବ ଯାହାକୁ ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ । ଚୀନ୍‌ ସରକାରୀ ନୁ୍ୟଜ ଏଜେନ୍ସି ତାଙ୍କ ଷ୍ଟୁଡିଓକୁ ଜଣେ ଏପରି ନୁ୍ୟଜ ଆଙ୍କରଙ୍କୁ ଆଣିଛନ୍ତି ଯିଏ ଦେଖିବା ପାଇଁ ସମ୍ପୁର୍ଣ୍ଣ ମଣିଷ ପରି କିନ୍ତୁ ତାଙ୍କର ସ୍ୱର ଆପଣ ଶୂଣିଲେ ଆପଣଙ୍କୁ କୌଣସି ରୋବର୍ଟ ସ୍ୱର ପରି ଲାଗିବ । “ହେଲୋ, ଆପ୍‌ ଦେଖ୍‌ ରହେହେଁ ଇଂଙ୍ଗିଲ୍ସ ନୁ୍ୟଜ୍‌ ପୋଗ୍ରାମ,’’ ଇଂରାଜୀ କହୁଥିବା ଏହି ଆଙ୍କର କିଛି ଏହିଭଳି ଢ଼ଙ୍ଗରେ ନିଜର ଖବର ଉପସ୍ଥାପନା କରୁଛନ୍ତି । ସୋଗୋ, ଚୀନ୍‌ର ଏକ ସର୍ଚ ଇଂଞ୍ଜିନ୍‌ ଅଟେ । ତେବେ ଏହି ସିଷ୍ଟମକୁ ବିକଶିତ କରିବାରେ ସୋଗୋର ମୁଖ୍ୟ ଭୂମିକା ରହିଛି । ସୂଚନା ମୂତାବକ ଏହି ଟେକ୍‌ନିକ୍‌ର ବିକଶିତ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସିଷ୍ଟମର ବ୍ୟବହାର କରାଯାଇଛି । ଏଥିରେ ଆଙ୍କରର ସ୍ୱର, ଲିପ୍‌ ମୁଭମେଣ୍ଟ ଏବଂ ଭାବଭଙ୍ଗୀକୁ କପି କରାଯାଇଛି । ଯଦି ଆପଣ ଭାବୁଛନ୍ତି ଇଏ କୌଣସି ମଣିଷର ଥ୍ରୀଡି ଡିଜିଟାଲ ମଡେଲ ଅଟେ ତାହେଲେ ଆପଣ ଭୁଲ୍‌ ଭାବୁଛନ୍ତି । ଏହା ତା’ଠାରୁ ସଂପୂର୍ଣ୍ଣ ଭିନ୍ନ ଟେକ୍ନିକ୍‌ ଅଟେ । କାରଣ ଇଏ କୌଣସି ମଣିଷ ନୁ୍ୟଜ ଆଙ୍କର ନୁହଁନ୍ତି । ଇଏ ଅଟନ୍ତି ଆନିମେଟେଡ୍‌ ନୁ୍ୟଜ୍‌ ଆଙ୍କର । ଅକ୍ସୋଫୋଡ ଇନୁ୍ୟଭରସିଟିର ମିସେଲ ବୁଲଡ୍ରିଜଙ୍କ କହିବା ଅନୁଯାୟୀ ଏହି ଆଙ୍କରମାନଙ୍କ ପାଇଁ ଏହା ବହୁ କଷ୍ଟସାଧ୍ୟ କାରଣ ସେମାନଙ୍କୁ ସଂପୂର୍ଣ୍ଣ ନ୍ୟାଚୁରାଲ ନୁ୍ୟଜ୍‌ ପଢ଼ିବା ପାଇଁ ପଡିଥାଏ ।

Leave A Reply

Your email address will not be published.