ଆନ୍ଧ୍ର ପ୍ରଦେଶ ପରେ ସିବିଆଇକୁ ମନା ପଶ୍ଚିମବଙ୍ଗ : ମମତା ବାନାର୍ଜୀ

0

ପଶ୍ଚିମବଙ୍ଗ,୧୬/୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନିଷ୍ପତ୍ତିକୁ ସମର୍ଥନ କରି ନିଜ ରାଜ୍ୟରେ ମଧ୍ୟ ସିବିଆଇକୁ ବାରଣ କରିଛନ୍ତି। ସେ କହିଛନ୍ତି ଯେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ନାଇଡୁ ଯାହା କରିଛନ୍ତି ଠିକ୍ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ସିବିଆଇକୁ ବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସିବିଆଇ ରାଜ୍ୟ ମାମଲାରେ ତଦନ୍ତ କରିପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.