ଆବଶ୍ୟକୀୟ ସାମଗ୍ରୀ- ଚିକେନ୍-୪୦୦ଗ୍ରାମ, ଦହି-୧/୨କପ୍, କ୍ରିମ୍-୧/୨, ରସୁଣ ବଟା-୧/୨ ଚାମଚ୍, କଞ୍ଚାଲଙ୍କା ବଟା, ଗୋଲମରିଚ ଗୁଣ୍ଡ (ଆବଶ୍ୟକ ଅନୁସାରେ), ଲୁଣ(ସ୍ୱାଦ ଅନୁସାରେ), ଗରମ ମସଲା ପାଉଡର, କର୍ଣ୍ଣ ଫ୍ଲୋର୍-୧ ଚାମଚ, ଲେମ୍ବୁ ରସ-୧ ଚାମଚ, ତେଲ-୧ ଚାମଚ, କଟା ପୋଦିନା ପତ୍ର ।
ପ୍ରସ୍ତୁତି ପ୍ରଣାଳୀ- ଗୋଟିଏ ପାତ୍ରରେ ଦହି, କ୍ରିମ୍, ବଟା ରସୁଣ, ବଟା କଞ୍ଚା ଲଙ୍କା, ଗୋଲମରିଚ ଗୁଣ୍ଡ, ଗରମ ମସଲା, କର୍ଣ୍ଣ ଫ୍ଲୋର, ଲେମ୍ବୁ ରସ, ତେଲକୁ ଭଲ ଭାବେ ମିଶାଇ ଦିଅନ୍ତୁ । ଏହା ପରେ ପ୍ରସ୍ତୁତ ମିଶ୍ରଣରେ ଚିକେନ ମିଶାଇ ଭଲଭାବରେ ଗୋଳାଇ, ମିଶ୍ରଣକୁ ୧-୨ ଘଣ୍ଟା ମ୍ୟାରିନେଟ୍ କରିବାକୁ ରଖି ଦିଅନ୍ତୁ । ଓଭେନ୍କୁ ୧୮୦ ଡିଗ୍ରୀ ସେଲସିୟସରେ ପ୍ରି-ହିଟ୍ରେ ରଖି ଦିଅନ୍ତୁ । ମ୍ୟାରିନେଟ ହୋଇଯାଇଥିବା ଚିକେନକୁ ମାଳ ଗୁନ୍ଥିଲା ପରି ଷ୍ଟିକ୍ରେ ଗୁନ୍ଥି ପ୍ରି-ହିଟ୍ ଓଭେନରେ ୧୨-୧୫ ମିନିଟ ରଖିଦେବେ । ଏହା ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଆଫଗାନୀ ଚିକେନ ଟିକା ।
Prev Post
Next Post