ଆମିର୍‌ କରିବେ ଗୁଲଶନଙ୍କ କାହାଣୀ

0

ଗୁଲ୍‌ଶନ କୁମାରଙ୍କ ଆତ୍ମକାହାଣୀ ଉପରେ ଆଧାରିତ ‘ମୋଗୁଲ୍‌’ ଚଳିତବର୍ଷ ପ୍ରେକ୍ଷାଳୟରେ ସ୍ଥାନ ପାଇଥାଆନ୍ତା କିନ୍ତୁ ନିର୍ଦ୍ଦେଶକ ସୁଭାଷ୍‌ କପୁରଙ୍କ ହସ୍ତକ୍ଷେପ ପାଇଁ ବଲିଉଡ୍‌ର ପର୍‌ଫେକଫନିଷ୍ଟ ଆମିର୍‌ ଖାନ୍‌ ଫିଲ୍ମ ଛାଡିଦେଇଥିଲେ ଫଳରେ ଫିଲ୍ମ ପ୍ରସ୍ତୁତି ଅଟକିଗଲା । ଆମିର୍‌ ଏହି ପ୍ରୋଜେକଫକୁ ପ୍ରଯୋଜନା କରିଥାଆନ୍ତେ କିନ୍ତୁ ସୁଭାଷ୍‌ଙ୍କ ନାମ ମିଟୁ ମାମଲାରେ ଆସିବା ପରେ ତାଙ୍କୁ ଆଉ ଏହି ପ୍ରୋଜେକଫର ସାମିଲ୍‌ କରାଯାଇନଥିଲା । ଫଳରେ ନିର୍ମାତା ଭୂଷଣ କୁମାର ଫିଲ୍ମରେ ଆମିର୍‌ଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ କରିଛନ୍ତି । କେବଳ ପ୍ରଯୋଜନା ନୁହେଁ ନିର୍ଦ୍ଦେଶନା ପାଇଁ ମଧ୍ୟ ଆମିର୍‌ ପର୍‌ଫେକଫ ବୋଲି ଭାବିଛନ୍ତି । ଏଥିପାଇଁ ସଂଳାପରେ ପରିବର୍ତ୍ତନ କରିବାକୁ ମଧ୍ୟ ସେ ପ୍ରସ୍ତୁତ ଅଛନ୍ତି । ଭୂଷଣ କୁମାର ଯଥାଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି । ପ୍ରଥମେ ଆମିର୍‌ ଏହା ପ୍ରଯୋଜନା କରିବା ପାଇଁ ରାଜି ଥିଲେ କିନ୍ତୁ ସଂଳାପରେ କିଛିଟା ପରିବର୍ତ୍ତନ କରିବାକୁ ଚାହୁଁଥିଲେ । ଆମିର୍‌ ପୁନଶ୍ଚ ଏହି ଅଫର୍‌କୁ ଗ୍ରହଣ କରିବେ କି ନାହିଁ ଦେଖିବା ବାକି ରହିଲା । ଦୀର୍ଘଦିନ ଧରି ଚର୍ଚ୍ଚିତ ଥିବା ଆଧ୍ୟାତ୍ମିକ ଗୁରୁ ଓଶୋଙ୍କ ଜୀବନୀକୁ ନେଇ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଖୁବ୍‌ ଉସିାହିତ ଥିଲେ ଆମିର୍‌ । ସେ ଏଥିପାଇଁ ନିର୍ଦ୍ଦେଶକ ଶକୁନ୍‌ ବାତ୍ରାଙ୍କ ସହ ବାର୍ତ୍ତାଳପ ମଧ୍ୟ କରିଥିଲେ । କିନ୍ତୁ କେବଳ ବାର୍ତ୍ତାଳପରେ ହିଁ ସୀମିତ ରହିଗଲା କାରଣ ଆମିର୍‌ ଏହି ଫିଲ୍ମକୁ ହାଇ ସ୍କେଲ୍‌ରେ ପ୍ରସ୍ତୁତ କରିବା ପାଇଁ ଇଚ୍ଛା କରିଥିଲେ । କିନ୍ତୁ ନିର୍ମାତା ଏହି ଫିଲ୍ମର ବଜେଟ୍‌ ପାଇଁ ଆଗ୍ରହ ଦେଖାଉନାହାନ୍ତି ।

Leave A Reply

Your email address will not be published.