ଆମ୍‌ ଆଦମୀ ପାର୍ଟି ନେତା, କର୍ମୀ ବିଜେଡିରେ ସାମିଲ

0

ଭୁବନେଶ୍ୱର,୧୨/୧୨: ଆମ୍‌ ଆଦମୀ ପାର୍ଟି(ଏଏପି) ରାଜ୍ୟ ସାଧାରଣ ସମ୍ପାଦକ ନନ୍ଦଲାଲ ସିଂହ, ମୁଖପାତ୍ର ଭରଦ୍ୱାଜ ମିଶ୍ର, ଯୁବ ସଭାପତି ସୁବ୍ରତ ଛାଟୋଇ, ଛାତ୍ର ସଭାପତି ଜ୍ୟୋତି ରଞ୍ଜନ ମହାନ୍ତି ଏବଂ ବଲାଙ୍ଗୀର ଜିଲ୍ଲା ସଂଯୋଜକ ଅଜୟ ଦାସ ବୁଧବାର ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳୀୟ କାର୍ଯ୍ୟାଳୟରେ ଉପରୋକ୍ତ ବ୍ୟକ୍ତି ବିଶେଷମାନେ ବିଜେଡିରେ ସାମିଲ ହୋଇଛନ୍ତି।

ଏମାନଙ୍କ ସହ ରାଜ୍ୟର ପ୍ରାୟ ୨୦୦ରୁ ଅଧିକ କର୍ମୀ ମଧ୍ୟ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ଦଳୀୟ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଓ ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୦୧୯ରେ ଲଗାତର ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ପ୍ରାଥମିକତା ହେବ ବୋଲି ଭରଦ୍ୱାଜ ମିଶ୍ର କହିଛନ୍ତି।

Leave A Reply

Your email address will not be published.