ଭୁବନେଶ୍ୱର,୨୮/୧୨ : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସାତଟି ଜିଲ୍ଲାର ଆଠଟି ବ୍ଲକ ପାଇଁ ୪୯.୭୩ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ ଗୁଡ଼ିକ ହେଲା ଭଦ୍ରକ ଜିଲ୍ଲାର ଧାମନଗର, କଟକ ଜିଲ୍ଲାର କଟକ ସଦର, ଗଞ୍ଜାମର ଖଲ୍ଲିକୋଟ ଓ ପୁରୁଷୋତ୍ତମପୁର, ଜଗତସିଂହପୁରର କୁଜଙ୍ଗ, କଳାହାଣ୍ଡିର ଭବାନୀପାଟଣା, କେନ୍ଦୁଝର ଜିଲ୍ଲାର ତେଲକୋଇ ଏବଂ ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ।
ମୁଖ୍ୟମନ୍ତ୍ରୀ ଆଜି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ୩୧ଟି ପଂଚାୟତ ପାଇଁ ୭.୭୫ କୋଟି ୨୬୧ଟି ପ୍ରକଳ୍ପ, କଟକ ଜିଲ୍ଲା କଟକ ସଦର ବ୍ଲକର ୨୨ଟି ପଂଚାୟତ ପାଇଁ ୫.୭୫କୋଟି ଟଙ୍କାରେ ୨୯୦ଟି ପ୍ରକଳ୍ପ, ଗଞ୍ଜାମ ଖଲ୍ଲିକୋଟ ବ୍ଲକର ୨୯ଟି ପଂଚାୟତ ପାଇଁ ୭.୨୫ କୋଟି ଟଙ୍କାରେ ୧୭୮ଟି ପ୍ରକଳ୍ପ ଓ ପୁରୁଷୋତ୍ତମପୁର ବ୍ଲକର ୨୬ଟି ପଂଚାୟତ ପାଇଁ ୬.୫୦ କୋଟି ଟଙ୍କାରେ ୧୮୫ଟି ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି । ସେହିପରି ଜଗତସିହପୁରର କୁଜଙ୍ଗ ବ୍ଲକ ୨୮ଟି ପଂଚାୟତ ପାଇଁ ୭କୋଟି ଟଙ୍କାରେ ୨୫୦ଟି ପ୍ରକଳ୍ପ , କଳାହାଣ୍ଡିର ଭବାନୀପାଟଣା ବ୍ଲକର ୩୬ଟି ପଂଚାୟତ ପାଇଁ ୮କୋଟି ଟଙ୍କାରେ ୩୬୩ଟି ପ୍ରକଳ୍ପ, କେନ୍ଦୁଝର ତେଲକୋଇର ୨୨ଟି ପଂଚାୟତ ପାଇଁ ୩.୧୭ କୋଟିର ୧୨୦ଟି ପ୍ରକଳ୍ପ ଓ ଖୋର୍ଦ୍ଧା ବାଣପୁର ବ୍ଲକ ୧୭ଟି ପଂଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୪୯.୬୩ କୋଟି ଟଙ୍କାରେ ୧୭୯୮ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି।
ଉଲ୍ଲେଖନୀୟ, ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ମୁଖ୍ୟମନ୍ତ୍ରୀ ଆଜି ସୁଦ୍ଧା ରାଜ୍ୟର ୨୬୯ଟି ବ୍ଲକର ୫,୯୪୫ଟି ଗ୍ରାମ ପଂଚାୟତ ସହିତ ଆଲୋଚନା ମାଧ୍ୟମରେ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏ ପର୍ୟ୍ୟନ୍ତ ୫୪ ହଜାର ୭୮୬ଟି ପ୍ରକଳ୍ପ ପାଇଁ ୧୩୬୨.୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି।