ନୂଆଦିଲ୍ଲୀ, ୧୩/୧୧ : କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଚାଲିଥିବା ବିବାଦର ସମାଧାନ ପାଇଁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଗତ ୯ ତାରିଖର ପଟେଲ ଦିଲ୍ଲୀରେ ଥିଲେ ଏବଂ ଏହି ସମୟରେ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିବା କୁହାଯାଉଛି । ଆରବିଆଇର ଗଚ୍ଛିତ ଅର୍ଥକୁ ନେଇ ଅର୍ଥମନ୍ତ୍ରାଳୟ ଏବଂ ଆରବିଆଇ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ପାଇଁ ଏହି ବୈଠକ ଆୟୋଜିତ ହୋଇଥିଲା । କୁହାଯାଉଛି କି, ଆସନ୍ତା ନିର୍ବାଚନୀ ବର୍ଷରେ ଅର୍ଥମନ୍ତ୍ରାଳୟ ପକ୍ଷରୁ ଆରବିଆଇକୁ ବଜାରରେ ଅଧିକ ମୁଦ୍ରା ପ୍ରବାହିତ କରିବାକୁ କୁହାଯାଇଥିଲା । କି;ୁ ଏହାକୁ ଆରବିଆଇ ଗର୍ଭନର ଏଡାଇ ଦେଇଥିଲେ । ଏହପରେ ଆରବିଆଇ ଛୋଟ ଏବଂ ମଧ୍ୟମ ଉଦ୍ୟୋଗକୁ ଋଣ ଦେବାକୁ ବିଶେଷ କିଛି ବ୍ୟବସ୍ଥା ଆଣିବାକୁ ପ୍ରୟାସ ଆରମ୍ଭ କରିଛି । କି;ୁ ଏହା ସ୍ପଷ୍ଠ ହୋନାହିଁ ଯେ, ନନ୍ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀକୁ ସାହାଯ୍ୟ ଦେବାକୁ ଆରବିଆଇ ସହମତି ହୋଇଛି କି ନାହିଁ । ଆରବିଆଇ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା । କାରଣ ଅର୍ଥ ମନ୍ତ୍ରାଳୟ ରିଜର୍ଭ ବ୍ୟାଙ୍କ ବିରୋଧରେ ଧାରା-୭ର ବ୍ୟବହାର କରିବାକୁ ଧମକ ଦେଇଥିଲେ । ଯାହା ରିଜର୍ଭ ବ୍ୟାଙ୍କର ଇତିହାସରେ ପ୍ରଥମ ଥର ପାଇଁ ବ୍ୟବହାର କରାଗଲା ।