ଆର୍ମି ପୋଷାକରେ ଧୋନୀଙ୍କ ସାଲ୍ୟୁଟ ଭିଡିଓ ପୋଷ୍ଟ କଲେ ଆନନ୍ଦ ମହିନ୍ଦ୍ରା

0

ଦିଲ୍ଲୀ,୨୩/୭ : ଇଣ୍ଡିଆକୁ ବିଶ୍ୱ ଚାମ୍ପିଅନ କରାଇଥିବା ମହେନ୍ଦ୍ର ସିଂହ ଧୋନୀ ବର୍ତ୍ତମାନ ଦୁଇମାସ ମାସ ପାଇଁ କ୍ରିକେଟ ମଇଦାନରୁ ଦୂରେଇ ରହିବେ। ଏହି ସମୟ ମଧ୍ୟରେ ସେ ଆର୍ମି ଟ୍ରେନିଂ ନେବେ। ଆର୍ମି ଚିଫ ବିପିନ ରାୱତ୍‌ ମଧ୍ୟ ଧୋନୀଙ୍କୁ ଟ୍ରେନିଂ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ତେବେ ବିଶ୍ୱକପରେ ଧୋନୀଙ୍କ ପ୍ରଦର୍ଶନ ପ୍ରଭାବହୀନ ରହିବା ପରେ ତାଙ୍କୁ ନେଇ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ହେଉଛି। କିନ୍ତୁ ଧୋନୀଙ୍କ ସପକ୍ଷରେ ବାହାରିଛନ୍ତି ବହୁ ପୂର୍ବତନ ଖେଳାଳି। ଧୋନୀ ୱେଷ୍ଟଇଣ୍ଡିଜ ଗସ୍ତରୁ ଛୁଟି ନେଇ ପାରାଚ୍ୟୁଟ ରେଜିମେଣ୍ଟ ବାଟାଲିୟନ ସହ ଟ୍ରେନିଂ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ତାଙ୍କ ଇଚ୍ଛାକୁ ସ୍ବାଗତ କରିଛନ୍ତି ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦା। ସେ ଧୋନୀଙ୍କ ୩ ବର୍ଷ ତଳର ଏକ ଭିଡିଓ ଶେୟାର କରି କହିଛନ୍ତି, ଧୋନୀ ତୁମେ ସେନା ପୋଷାକରେ ଖୁବ୍‌ ସୁନ୍ଦର ଦେଖାଯାଉଛ। ଏହି ଭିଡିଓରେ ଧୋନୀ ସେନା ପୋଷାକରେ ସାଲ୍ୟୁଟ୍‌ ମାରିବା ସହ ଜୟ ହିନ୍ଦ୍‌ କହିଥିଲେ। ସୂଚନାଯୋଗ୍ୟ, ଏବେ ଧୋନୀ ପାରାସୁଟ ରେଜିମେଣ୍ଟ କମାଣ୍ଡୋଙ୍କ ସହ ସମୟ ବିତାଇବେ ଏବଂ ସେମାନଙ୍କ ସହ ଡ୍ରିଲରେ ଭାଗ ନେବେ।

Leave A Reply

Your email address will not be published.