ଆର୍‌ଡିସି ବୈଠକରେ ନିଷ୍ପତ୍ତି, ରଥଯାତ୍ରାରେ ପୁରୀକୁ ଗଡ଼ିବ ଅଧିକ ୨୦୦ ବସ୍‌

0

ଭୁବନେଶ୍ୱର,୧୦/୬: ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାକୁ ଆଉ ମାତ୍ର କେଇଟା ଦିନ ବାକି ରହିଛି । ଏଥିପାଇଁ ଶ୍ରଦ୍ଧାଳୁଙ୍କ ଗମନାଗମନା ଉପରେ ଅଧିକ ଧ୍ୟାନ ଦିଆଯାଉଛି । ରଥଯାତ୍ରା ସମୟରେ ପୁରୀକୁ ଅତିରିକ୍ତ ୧୫୦ରୁ ୨୦୦ ଅଧିକ ବସ୍‌ ଗଡ଼ିବ । ଏ ନେଇ ଆଜି ବସିଥିବା ଆର୍‌ଡିସି ବୈଠକରେ ନିଷ୍ପତ୍ତି ହୋଇଛି ।

ଆର୍‌ଡିସି ବୈଠକରେ ଭକ୍ତମାନଙ୍କ ସୁରକ୍ଷିତ ଯାତ୍ରା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଅଧିକ ଗହଳିକୁ ଏଡ଼ାଇବା ପାଇଁ ପୁରୀକୁ ୧୫୦ରୁ ୨୦୦ ଅଧିକ ବସ୍‌ ଚାଲିବ । ଏହି ବସ୍‌ ଗୁଡ଼ିକୁ କଟକ ବାଦାମବାଡ଼ି, ଭୁବନେଶ୍ୱର ବରମୁଣ୍ଡା, ପୁରୀର ମାଳତୀପାଟପୁର ଓ ତାଳବଣିଆରୁ ଚାଲିବ । ସବୁ ବସ୍‌ର ତାଲିକା ବସ୍‌ ଷ୍ଟାଣ୍ଡ୍‌ ଗୁଡ଼ିକରେ ଲଗାଯିବ । ବସ୍‌ଷ୍ଟାଣ୍ଡରେ ଭିଡ଼ କମାଇବାକୁ ସ୍ୱତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା କରାଯିବ । ଏଥିପାଇଁ ୮ଜଣ ପରିବହନ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି ଆର୍‌ଡିସି ଅନିଲ ସାମଲ । ଜୁଲାଇ ୩, ୪, ୫ ଏବଂ ୧୧, ୧୨, ୧୩ ତାରିଖ ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.