ଆଲିଆଙ୍କଠାରେ ବାହୁବଳି ଛାପ

0

ଏବେ ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଶ୍ରଦ୍ଧା କପୁର ଓ ଆଲିଆଙ୍କ ଭିତରେ ପ୍ରତିଦ୍ୱନ୍ଦିତା ଲାଗି ରହିଛି । ବର୍ତ୍ତମାନ ଶ୍ରଦ୍ଧା ବାହୁବଳି ଷ୍ଟାର ପ୍ରଭାସଙ୍କ ସହ ଫିଲ୍ମ ‘ସାହୋ’ର ସୁଟିଂରେ ବ୍ୟସ୍ତ ଥିବାବେଳେ ଏବେ ଆଲିଆଙ୍କୁ ମିଳିଛିଯାଇଛି ସୁଯୋଗ ସାଉଥ୍‌ ଫିଲ୍ମ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜମୋଲୀଙ୍କ ଫିଲ୍ମରେ କାମ କରିବା ପାଇଁ । ଏହା ପରେ ଆଲିଆଙ୍କ କ୍ୟାରିୟରରେ ମଧ୍ୟ ବାହୁବଳିର ଛାପ ଲାଗି ଯାଉଛି । କାରଣ ବାହୁବଳିର ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୋଲୀଙ୍କ ଅଧିନରେ କାମ କରିବାକୁ ଯାଉଛନ୍ତି ଆଲିଆ । ଫିଲ୍ମ ‘ରାମା ରାୱଣା ରାଜ୍ୟମ’ରେ ଅଭିନୟ କରିବେ ଆଲିଆ । ରାମ ଚରଣଙ୍କ ଅପୋଜିଟ୍‌ରେ ଅଭିନୟ କରିବେ ଆଲିଆ ଯେଉଁଥିରେ ସେ ସୀତାଙ୍କ ଚରିତ୍ରରେ ଅଭିନୟ କରିବେ । ୩୦୦ କୋଟି ବଜେଟ୍‌ରେ ନିର୍ମାଣ ହେବାକୁ ଯାଉଥିବା ଏହି ଫିଲ୍ମକୁ ତିଆରି କରିବା ପାଇଁ ଅନେକ ଏକ୍ସପେରିମେଣ୍ଟ କରାଯାୁଥିବାବେଳେ ଫିଲ୍ମଟି ୧୯୨୦ ବେଳର ଏକ ପିରିିୟଡିକ୍‌ ଡ୍ରାମା ଉପରେ ବର୍ଯ୍ୟବେଶିତ କରାଯିବ । କିଛିଦିନ ପୂର୍ବରୁ ହିଁ ହାଇଦ୍ରାବାଦ୍‌ରେ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ମୁହୁରତ୍‌ କାର୍ଯ୍ୟ ସମାପନ କରାଯାଇଛି । ମୁହୁରତ୍‌ରେ ପ୍ରଭାସ, ରାଣାଙ୍କ ସମେତ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ ନାମୀଦାମୀ କଳାକାର ସାମିଲ୍‌ ହୋଇଥିଲେ । ତେବେ ଫିଲ୍ମ ‘ଆର୍‌ଆର୍‌ଅର୍‌’ରେ ବଲିଉଡ୍‌ ସିଙ୍ଘମଙ୍କ ଏକ ଜବରଦସ୍ତ ଡ୍ୟାନ୍ସ ନମ୍ବର ରହିଛି ଯାହାର ଶୁଟିଂ ହାଇଦ୍ରାବାଦ୍‌ରେ ବଡ଼ ସେଟ୍‌ ପ୍ରସ୍ତୁତ କରାଯାଇ ଶୁଟ୍‌ କରାଯିବ । ଅନୁଷ୍ଠିତ ମହୁରତ୍‌ କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ଘୋଷଣା କରିଛନ୍ତି ଯେ ବାହୁବଳିର ଆଉ କୌଣସି ସଂସ୍କରଣ ଆସିବ ନାହିଁ, ବାହୁବଳିର କାହାଣୀ ଦୁଇଟି ସଂସ୍କରଣରେ ସମାପ୍ତ ହୋଇଯାଇଛି । ଖଉବ୍‌ ଶୀଘ୍ର ଏହି ଫିଲ୍ମର ଶୁଟିଂ ହାଇଦ୍ରାବାଦ୍‌ରେ କରାଯିବ ବୋଲି କୁହା ଯାଉଛି ।

Leave A Reply

Your email address will not be published.