ବଲିଉଡ୍ର ବବ୍ଲି ଓ ଷ୍ଟାଇଲିସ୍ ନାୟିକା ଆଲିଆ ଭଟ୍ଟଙ୍କ କହିବା ଅନୁସାରେ ବର୍ତ୍ତମାନ ପ୍ରତ୍ୟେକ ଝିଅ ଷ୍ଟାଇଲିସ୍ ହେବା ଜରୁରୀ । ଏନେଇ ନିକଟରେ ଆଲିଆ ଏକ ଫ୍ୟାଶନ୍ ବ୍ରାଣ୍ଡ ଲଞ୍ଚ କରିଛନ୍ତି । ଯାହାର ନା’ ରହିଛି ‘ଷ୍ଟାଇଲକ୍ରାକର ବକ୍ସ କ୍ଲବ। ’ ଏହି ଫ୍ୟାଶନ୍ ବ୍ରାଣ୍ଡ ଜରିଆରେ ଗ୍ରାହକମାନଙ୍କୁ ପ୍ରତି ଛଅ ସପ୍ତାହରେ ଥରେ ଗୋଟିଏ ଲେଖାଏଁ ଗିପଫ ବକ୍ସ ମିଳିବ । ସେହି ଗିପଫ ବକ୍ସରେ ଥିବ ଚାରିଗୋଟି ଆଇଟମ୍ । ତେବେ ସେହି ଚାରିଗୋଟି ଆଇଟମ୍ ହେଲା ଡ୍ରେସ, ବ୍ୟାଗ୍, ଫୁଟ୍େୱର୍ ଓ ଆସେସରିଜ୍ । ଏନେଇ ଆଲିଆ କହିଛନ୍ତି ଯେ ‘ଷ୍ଟାଇଲକ୍ରାକର ବକ୍ସ କ୍ଲବ’ର ଗ୍ରାହକମାନଙ୍କୁ ନିଜ ଷ୍ଟାଇଲ୍କୁ ନେଇ ଆଉ ଚିନ୍ତା କରିବାକୁ ପଡିବ ନାହିଁ କାରଣ ପ୍ରତି ୬ ସପ୍ତାହ ଅର୍ଥାତ ୪୨ ଦିନରେ ଗ୍ରାହକାନଙ୍କ ପାଖକୁ ଗିପଫ ବକ୍ସ ଆସି ପହଞ୍ଚିଯିବ । ଆସନ୍ତା ମାସ ୧୪ ତାରିଖରେ ରିଲିଜ ହେବାକୁ ଯାଉଛି ଆଲିଆ ଓ ରଣବୀର ସିଂହଙ୍କ ଅଭିନୀତ ଫିଲ୍ମ ‘ଗଲି ବୟ’ । ନିକଟରେ କିଛିଦିନ ତଳେ ଏହି ଫିଲ୍ମର ଟ୍ରିଜର ରିଲିଜ ହୋଇଛି ଓ ଟ୍ରିଜରକୁ ଦର୍ଶକ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି । ଜୋୟା ଅଖତର୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିବାବେଳେ କଲକି କୋଚଲିନ୍, ବିଜୟ ରାଜ୍ ଓ ସିଦ୍ଧାନ୍ତ ଚର୍ତୁବେଦୀ ଆଦି କଳାକାର ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି ।