ନୂଆଦିଲ୍ଲୀ, ୧୭/୧୨ : ଷ୍ଟାରସଙ୍କ ଭଳି ସେମାନଙ୍କ ଫ୍ୟାନ୍ସ ମଧ୍ୟ ପୁରା ବର୍ଷ ଷ୍ଟାର୍-ସ୍କ୍ରିନ୍ ଆଓ୍ାର୍ଡର ଅପେକ୍ଷା କରିଥାନ୍ତି । ତେବେ ଫ୍ୟାନ୍ସଙ୍କ ଏହି ଅପେକ୍ଷାର ଅନ୍ତ ହୋଇଯାଇଛି । ଷ୍ଟାର୍-ସ୍କ୍ରିନ୍ ଆଓ୍ାର୍ଡ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛିଛ ଏହି ଉତ୍ସବରେ ବଲିଉଡର ସମସ୍ତ ତାରକା ରେଡ କାର୍ପେଟରେ ନିଜର ଜଲୱା ଦେଖାଇଥିଲେ । ତେବେ ଚଳିତ ବର୍ଷ ବଡ ବଜେଟଯୁକ୍ତ ଫିଲ୍ମକୁ ପଛରେ ପକାଇ ଛୋଟ ବଜେଟଯୁକ୍ତ ଫିଲ୍ମ ଅନେକ ଆୱାର୍ଡକୁ ନିଜ ଅଧିନରେ କରିଥିବା ନଜର ଆସିଛି ଛ ଏହି ଆୱାର୍ଡ ଶୋକୁ ବିMି କୌଶଲ ଏବଂ ଆୟୁଷ୍ମାନ ଖୁରାନା ହୋଷ୍ଟ କରିଥିଲେ । ଚଳିତ ବର୍ଷ ରଣବୀର ସିଂହ ଶ୍ରେଷ୍ଠ ଅଭିନେତାର ପୁଷ୍କାର ନିଜ ଅଧିନରେ କରିଥିବା ବେଳେ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରଷ୍କୃତ ହୋଇଛନ୍ତି । ଏଥିରେ ବରିଷ୍ଠ ଅଭିନେତ୍ରୀ ଶବାନା ଆଜମୀଙ୍କୁ ଲାଇଫ୍ ଟାଇମ୍ ଆଚିଭିମେଣ୍ଟ୍ ଆୱାର୍ଡ ପ୍ରଦାନ କରାଯାଇଛି । ରଣବୀର ସିଂହ ଏବଂ ରାଜକୁମାର ରାୱଙ୍କୁ ଫିଲ୍ମ ‘ପଦ୍ମାବତ’ ଏବଂ ‘ସ୍ତ୍ରୀ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ପୁରଷ୍କୃତ କରାଯାଇଥିବା ବେଳେ ଆଲିଆ ଭଟ୍ଟଙ୍କୁ ଫିଲ୍ମ ‘ରାଜି’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀର ପୁରଷ୍କାର ଦିଅଯାଇଛି । ସେହିପରି ଶ୍ରେଷ୍ଠ ଅଭିନେତା (କ୍ରିଟିକ୍) ଭାବେ ଗଜରାଜ ରାଓ ଏବଂ ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ୍) ଭାବେ ନୀନା ଗୁପ୍ତାଙ୍କୁ ପୁରସ୍କାର ମିଳିଛି । ରାଜକୁମାର ରାୱଙ୍କ ଅଭିନିତ ‘ସ୍ତ୍ରୀ’ କୁ ଶ୍ରେଷ୍ଠ ଚଳଚିତ୍ର ଭାବେ ମନୋନୀତ କରାଯାଇଛି । ତେବେ ଆୟୁଷ୍ମାନଙ୍କୁ କୌଣସି ଆୱାର୍ଡ ମିଳି ନଥିବା ବେଳେ ତାଙ୍କ ଫିଲ୍ମ ‘ଅନ୍ଧାଧୁନ’ ପାଇଁ ଶ୍ରୀରାମ ରାଘବନ୍ ଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କାର ମିଳିଛି ।
ଶ୍ରେଷ୍ଠ ନବାଗତ ଭାବେ ଇଶାନ୍ ଖଟ୍ଟର (ଧଡ଼କ୍),ରାଧିକା ମଦାନ୍ (ପଟାଖା),ସହ କଳାକାର ଭାବେ ପଙ୍କଜ ତ୍ରିପାଠୀଙ୍କୁ (ସ୍ତ୍ରୀ)ପୁରସ୍କୃତ କରାଯାଇଥିବା ବେଳେ ଶ୍ରେଷ୍ଠ ଫିଲ୍ମ (କ୍ରିଟିକ୍) ଭାବେ ‘ମୂଲକ୍’କୁ ପୁରସ୍କାର ମିଳିଛିଛ ଶ୍ରେଷ୍ଠ ଗୀତିକାର ଭାବେ ଗୁଲଜାର,ଗାୟିକା ଭାବେ ହର୍ଷଦୀପ୍ କୌର ଓ ଗାୟକ ଭାବେ ଅରଜିି ସିଂହଙ୍କୁ (ରାଜି) ଆୱାର୍ଡ ମିଳିଛି ।