ଆଲିଙ୍ଗନରୁ ଆଶ୍ୱସ୍ତି

0

କାହାକୁ ଆଲିଙ୍ଗନ କରିବାଦ୍ୱାରା ଖୁସି ଓ ଶାନ୍ତି ପ୍ରାପ୍ତ ହୋଇଥାଏ । ଆପଣ ଜାଣନ୍ତି କି କାହିଁକି ଏପରି ହୁଏ? ଯେତେବେଳେ ଖୁସି ହୁଅନ୍ତି, ଅନ୍ୟମାନଙ୍କୁ ଧନ୍ୟବାଦ ଦେବା ସହ ନିଜ ଖୁସି ମଧ୍ୟ ବାଣ୍ଟିବାକୁ ଚାହାନ୍ତି ତ ଆଲିଙ୍ଗନ କରିବାକୁ ଭଲ ପାଆନ୍ତି । ଆଲିଙ୍ଗନ କରିବାଦ୍ୱାରା ମନକୁ ଆଶ୍ୱସ୍ତି ମିଳିଥାଏ । କାରଣ କ’ଣ-
* ବିରକ୍ତିଭାବ ହ୍ରାସପାଏ- ଆଲିଙ୍ଗନ କରିବା ଦ୍ୱାରା ଶରୀରରେ କର୍ଟିସୋଲ୍‌ ହର୍‌ମନ୍‌ର ପ୍ରଭାବ କମିଯାଏ । କାର୍ଣ୍ଟିସୋଲ୍‌ ହର୍‌ମୋନ୍‌ ଷ୍ଟ୍ରେସ୍‌ ହରମୋନ୍‌ ହୋଇଥାଏ । ଆଲିଙ୍ଗନ କରିବା ଦ୍ୱାରା ଶରୀରର ଅକ୍ସିଟୋସିନ୍‌ ହର୍‌ମୋନ୍‌ ସ୍ରାବ ହୋଇଥାଏ । ଅକ୍ସିଟୋସିନ୍‌ ହର୍‌ମୋନ୍‌ ସକାରାତ୍ମ ହର୍‌ମୋନ୍‌ ହୋଇଥାଏ ଯାହା ବିରକ୍ତି, ଦୁଃଖ, ଅବସାଦରୁ ମୁକ୍ତି ଦେବାରେ ସାହାଯ୍ୟ କରେ । ତେଣୁ ଯେତେବେଳେ ବି କୌଣସି କାରଣରୁ ବିରକ୍ତି ଆସେ ତେବେ ନିଜ ପ୍ରିୟଜନଙ୍କୁ ଆଲିଙ୍ଗନ କରିବା ଉଚିତ୍‌ ।
ରକ୍ତଚାପ ଓ ହୃଦ୍‌ସ୍ପନ୍ଦନ ନିୟନ୍ତ୍ରଣ କରେ- ହୃଦ୍‌ସ୍ପନ୍ଦନ ଓ ରକ୍ତଚାପ ନିମ୍ନସ୍ତର ହୋଇଯାଏ । ଯଦି ସେହି ସମୟରେ ଆଲିଙ୍ଗନ କରାଯାଏ ତେବେ ହୃଦ୍‌ସ୍ପନ୍ଦନ ଓ ରକ୍ତଚାପ ସାମାନ୍ୟ ହୋଇଯାଏ ।
ରୋଗ ପ୍ରତିରୋଧକାରୀ- ଆଲିଙ୍ଗନ କରିବାଦ୍ୱାରା ଇମୁ୍ୟନିଟି ମିଳିଥାଏ । ଆଲିଙ୍ଗନ କରିବା ଶରୀରରୁ ରୋଗ ପ୍ରତିରୋଧକ କ୍ଷମତା ବଢିଯାଏ ।
ଡୋପାମାଇନ୍‌ ରିଲିଜ୍‌ ହୁଏ- ଆଲିଙ୍ଗନ କରିବା ଦ୍ୱାରା ମସ୍ତିଷ୍କକୁ ସୁଖକାରୀ ସଙ୍କେତ ମିଳିଥାଏ । ଯାହାଦ୍ୱାରା ଡୋପାମାଇନ୍‌ ହର୍‌ମୋନ୍‌ର ସ୍ରାବ ଆରମ୍ଭ ହୋଇଯାଏ । ଡୋପାମାଇନ୍‌କୁ ପ୍ଲେଜର ହର୍‌ମୋନ୍‌ ବୋଲି କୁହାଯାଏ । ଏହା ଏପରି ଏକ ହର୍‌ମୋନ୍‌ ନିଜ ସଂପର୍କୀୟ ଲୋକଙ୍କ ସହ ସମୟ ଅତିବାହିତ କରିବା ଦ୍ୱାରା ମାନସିକ ଶାନ୍ତି ପ୍ରାପ୍ତି ହୋଇଥାଏ ।
ସୁଖନିଦ୍ରା- ଯଦି ରାତିରେ ଶୋଇବା ପୂର୍ବରୁ ନିଜର ପ୍ରିୟ ବ୍ୟକ୍ତିଙ୍କୁ ଆଲିଙ୍ଗନ କରିବେ, ତେବେ ନିଦ ଭଲ ହୋଇଥାଏ । ଏପରି ହେବାର କାରଣ ହେଉଛି ମସ୍ତିଷ୍କରୁ ଆକ୍ସିଟେସନ୍‌ ଓ ଡୋପାମାଇନ୍‌ ହର୍‌ମୋନ୍‌ ଜାତ ହୋଇଥାଏ । ଏହା ସହ କାଣ୍ଟିସୋଲ୍‌ ହର୍‌ମୋନ୍‌ର ପ୍ରଭାବ କମିଯାଏ । ଦୁଶ୍ଚିନ୍ତା ଦୂର ହୁଏ ମନ ଶାନ୍ତ ରହେ ତେଣୁ ସୁଖନିଦ୍ରା ପ୍ରାପ୍ତ ହୁଏ ।

Leave A Reply

Your email address will not be published.