ଆଳୁ ଚୋପାର ଉପକାରୀ ଗୁଣ

0

ଆଳୁକୁ ପରିବାର ରାଜା ବୋଲି କୁହାଯାଏ । ଏହାକୁ ପ୍ରତ୍ୟକ ରୋଷେଇ ଘରେ ଦେଖିବାକୁ ମିଳେ । ସ୍ୱାଦ ସହ ଏହା ଆମ ଶରୀର ପାଇଁ ମଧ୍ୟ ଖୁବ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ତେବେ କେବଳ ଆଳୁ ନୁହେଁ ଆଳୁର ଚୋପାରେ ମଧ୍ୟ ଅନେକ ଗୁଣ ରହିଥାଏ, ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହା ଅନେକ ପ୍ରକାର ରୋଗକୁ ଦୂର କରିବାରେ ସାହାଯ୍ୟ କରିଥାଏ । ତେବେ ଆସ;ୁ ଜାଣିବା ଆଳୁଚୋପାର ଉପକାରୀତା ସମ୍ବନ୍ଧରେ ।
– ଭିଟାମିନ ବି-୩ ରେ ଭରପୁର ଆଳୁ ଚୋପା ଶରୀରକୁ ଶକ୍ତି ଯୋଗାଇବାର କାମ କରିଥାଏ । ଏଥିରେ ଥିବା ନୈସିନ ଗୁଣ କଷ୍ଠକାଠିନ୍ୟକୁ ଏନର୍ଜିରେ ପରିଣତ କରେ ।
– ଆମ ଶରୀର ପାଇଁ ଫାଇବର ଖୁବ୍‌ ଅବଶ୍ୟକୀୟ ହୋଇଥାଏ । ଆଳୁ ବ୍ୟତିତ ଆଳୁ ଚୋପାରେ ମଧ୍ୟ ଫାଇବରର ମାତ୍ରା ଉପସ୍ଥିତ ରହିଥାଏ, ଯାହା ହଜମ ଶକ୍ତିକୁ ବଢାଇବାରେ ସାହାଯ୍ୟ କରିଥାଏ ।
– ଆଳୁ ଚୋପାରେ ପୋଟାସିୟମର ମାତ୍ରା ଭରପୁର ରହିଥାଏ, ଯାହା ରକ୍ତ ଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
– ଆଳୁ ଚୋପା ଶରୀରରେ ଆଇରନର ଅଭାବକୁ ପୁରା କରିଥାଏ ଛ ଏଥିରେ ଆଇରନର ମାତ୍ରା ଅଧିକ ରହିଥାଏ, ଯାହା ଦ୍ୱାରା ଏନିମିୟା ଭଳି ରୋଗ ହେବାର ଆଶଙ୍କା କମ ରହିଥାଏ ।
– ଆଳୁ ଚୋପା ଶରୀରର ମେଟାବୋଲିଜମକୁ ବୁଷ୍ଟ କରିବାର କାମ କରିଥାଏ । ଆଳୁ ଚୋପା ଖାଇବା ଦ୍ୱାରା ଆମ ନାଡି ମଜବୁତ ହୋଇଥାଏ ।

Leave A Reply

Your email address will not be published.