ସାମଗ୍ରୀ- ଅଟା- ୧ କପ୍, ସିଝା ଆଳୁ- ୩ ଟି, ଲେମ୍ବୁ- ୧/୪ , ଅଦା- ୧ଇଞ୍ଚ, କଞ୍ଚା ଲଙ୍କା- ୧ ଟି, ଜିରା – ୧/୨ ଚା’ଚାମଚ, ହଳଦି ଗୁଣ୍ଡ- ୧/୨ ଚା’ଚାମଚ, ଧନିଆ ଗୁଣ୍ଡ- ୧/୨ ଚା’ଚାମଚ, ଲୁଣ- ସ୍ୱାଦ ଅନୁସାରେ, ଘିଅ- ୧ ଟେବୁଲ ଚାମଚ, କଟା ଧନିଆ ପତ୍ର- ୧ ଚା’ଚାମଚ ।
ପ୍ରଣାଳୀ-
ପ୍ରଥମେ ଅଟାରେ ଟିକିଏ ଘିଅ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ମିଶାନ୍ତୁ । ଏଥିରେ ଆବଶ୍ୟକ ଅନୁସାରେ ପାଣି ଦେଇ ଚକଟି ରଖନ୍ତୁ । ପରେ ସିଝା ହୋଇ ରହିଥିବା ଆଳୁକୁ ଭଲଭାବେ ଚକଟି ରଖନ୍ତୁ । ଏବେ ପ୍ୟାନରେ ଟିକିଏ ଘିଅ ଗରମ କରି ଜିରା, ଅଦା ଛେଚା ଓ କଟା ଲଙ୍କା ପକାଇ ଟିକିଏ ଭାଜନ୍ତୁ । ସେଥିରେ ଧନିଆ ଗୁଣ୍ଡ, ହଳଦି ଗୁଣ୍ଡ ପକାଇ ମିଶାନ୍ତୁ । ସଂଗେ ସଂଗେ ଚକଟି ହୋଇ ରହିଥିବା ଆଳୁକୁ ସେଥିରେ ପକାଇ କଷନ୍ତୁ । ଏବେ ଧନିଆ ପତ୍ର ମିଶାନ୍ତୁ ଓ ଟିକିଏ ଲେମ୍ବୁ ରସ ପକାଇ ଆଉ ୧ ମିନିଟ କଷନ୍ତୁ । କଷି ହୋଇଗଲା ପରେ ଏହାକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଅଟାକୁ ଛୋଟ ଛୋଟ ଗୋଳା କରି ରୁଟି ପରି ବେଲି ଦିଅନ୍ତୁ । ଏହା ଉପରେ ଆଳୁ ମସଲାକୁ ଦେଇ ମୋଡି ଦିଅନ୍ତୁ ଏବଂ ଆଉଥରେ ପରଟା ଆକାରରେ ବେଲି ରଖନ୍ତୁ । ଏବେ ତାୱାରେ ଘିଅ ଗରମ କରି ପରଟାକୁ ଦୁଇ ପାଖ ଭଲ କରି ସେକି ଗରମ ଗରମ ପରସନ୍ତୁ ।
Next Post